କେନ୍ଦ୍ର ସରକାରଙ୍କ ମହିଳା ମାନଙ୍କୁ ସମାଜରେ ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ମଜବୁତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଏବେ ଏବେ କେନ୍ଦ୍ର ସରକାର ଘୋଷଣା କଲେ ଆଉ ଏକ ନୂଆ ଯୋଜନା। ଯେଉଁ ଯୋଜନାର ନାମ ହେଉଛି ‘ଗାଁ ଝିଅ ଯୋଜନା’। ଏହି ଯୋଜନାରେ ଗାଁ ଝିଅ ମାନଙ୍କୁ ମିଳିବ ପାଞ୍ଚ ହଜାର ଟଙ୍କା। ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…
ମହିଳାଙ୍କ ବିକାଶଧାରାକୁ ଆଗେଇବା ପାଇଁ ସରକାର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି । ଏହି ଯୋଜନାରେ ଗ୍ରାମାଞ୍ଚଳର ଝିଅମାନେ ବେଶ୍ ଲାଭ ପାଇପାରିବେ । କାରଣ ନୂଆ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଝିଅମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି ।
ବିଶେଷ କରି ଛାତ୍ରୀମାନଙ୍କୁ ଏହି ଯୋଜନାରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଗ୍ରାମାଞ୍ଚଳର ଝିଅମାନଙ୍କୁ ଆତ୍ମନିର୍ଭର କରାଇବା ହିଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।