ପାକିସ୍ତାନରେ ୪ଟି ଛୁଆ ପରେ ଭାରତ ଆସି ୫ମ ଥର ମା’ ହେବାକୁ ଯାଉଛି ସୀମା ହାଇଦର୍! ଜାଣନ୍ତୁ କଣ ଘଟିଛି

ଭାରତରେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ପାକିସ୍ତାନୀ ସୀମା ହାଇଦର୍। ପବଜି ଖେଳରୁ ପ୍ରେମ ଏବଂ ପରେ ପାକିସ୍ତାନରୁ ବେଆଇନ ଭାବରେ ଭାରତ ଆସି ପ୍ରେମିକ ସଚିନ ସହିତ ରହୁଛନ୍ତି ସୀମା। ଗୋଟିଏ ପଟେ ସୀମା ଜଣେ ପାକିସ୍ତାନୀ ଏଜେଣ୍ଟ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ଏବେ ସେ ଗର୍ଭବତୀ ଥିବା କଥା ସାମ୍ନାକୁ ଆସୁଛି।

ଅନ୍ୟଏକ ଖବର ଅନୁଯାଇ ଟଙ୍କା ଅଭାବ ହେତୁ ସୀମା ଏବଂ ସଚିନଙ୍କର ଚଳିବାକୁ ବହୁତ ଅସୁବିଧା ହେଉଥିବା ଜଣାପଡିଛି। ତେବେ, ୪ ସନ୍ତାନର ମାଆ ସୀମା ପୁଣିଥରେ ଗର୍ଭବତୀ ରହିଥିବା ଶୁଣିବାକୁ ମିଳିଛି। ଏଥିନେଇ ସେ ଡାକ୍ତରଖାନା ମଧ୍ୟ ଯାଇଥିବା କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଆସିବା ପୂର୍ବରୁ ସୀମା ସଚିନଙ୍କୁ ନେପାଳରେ ଦେଖା ହୋଇଥିଲେ ଏବଂ ବିବାହ ମଧ୍ୟ କରିଥିଲେ।

ତେବେ, ସୀମାଙ୍କର ସତ୍ୟତାକୁ ନେଇ ଏଟିଏସ୍ ଯାଞ୍ଚ କରୁଥିବା ବେଳେ ସେ ଜଣେ ସାଧାରଣ ମହିଳା ଅଥବା ପାକିସ୍ତାନୀ ଏଜେଣ୍ଟ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ, ପାକିସ୍ତାନ ଯଦି ତାଙ୍କୁ ଜଣେ ପାକିସ୍ତାନୀ ନାଗରିକ ଭାବରେ ଗ୍ରହଣ କରେ ତେବେ ତାଙ୍କୁ ସେଠାକୁ ପଠାଇ ଦିଆଯିବ ବୋଲି ଶୁଣିବାକୁ ମିଳୁଛି।