ଦେଖନ୍ତୁ ଭିଡ଼ିଓ : ରାସ୍ତାର ରଙ୍ଗ୍ ସାଇଡରେ ଠିଆ ହୋଇ ଏମିତି କରୁଥିଲେ ସ୍କୁଟର ଚାଳକ। ସାବାଡ୍ କଲେ ଆର୍ମି ଅଫିସର।

ରାସ୍ତାରେ ଗାଡି ଚଳାଇବା ସମୟରେ ସଚେତନତା ର ସହିତ ଗାଡି ଚଲାଇବା ଉଚିତ୍। ନଚେତ୍ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ କିମ୍ବା ଟ୍ରାଫିକ ଜାମ ହେବାର ଆଶଙ୍କା ଥାଏ। ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ରାସ୍ତାରେ ଜଣେ ସ୍କୁଟର ଚାଳକ ରଙ୍ଗ୍ ସାଇଡରେ ଗାଡି ଚଳାଇଆସି ଦାଦାଗିରି ଦେଖାଉଥିଲେ । ଏହା ମଧ୍ୟରେ ଜଣେ ଆର୍ମି ଅଫିସର ଜିପରୁ ଓହ୍ଲାଇଆସି ତାଙ୍କୁ ତାଗିଦ କଲେ । ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଜଣେ ବ୍ୟକ୍ତି ଭୁଲ ଦିଗରୁ ଗାଡି ଚଳାଇଆସି ଏକ କାର ସମ୍ମୁଖରେ ଅଟକି ଦାଦାଗିରି ଦେଖାଉଛି । ଭୁଲ ରାସ୍ତାରେ ଆସିବା ସତ୍ତ୍ବେ ସେ ସାମ୍ନା ଗାଡି ଚାଳକଙ୍କୁ ଭୁଲ୍ ବୋଲି କହୁଥିବା ସମୟରେ ନିକଟରେ ଏକ ଆର୍ମି ଗାଡିରୁ ଜଣେ ଅଧିକାରୀ ବାହାରି ଆସି ତାଙ୍କୁ ତାଗିଦ କରୁଛନ୍ତି। ସେ ତାଙ୍କୁ ପ୍ରଥମେ ପାଟି କରିବା ପରେ ଗାଡିରୁ ଏକ ବଡ ବାଡି ମଧ୍ୟ ନେଇଆସୁଛନ୍ତି। ଏଥି ମଧ୍ୟରେ ଟ୍ରାଫିକ ପୁଲିସ ପହଞ୍ଚିଯାଉଛନ୍ତି। ଏହି ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।