ଶ୍ରାବଣ ମାସରେ ଚମକି ଉଠିବ ଭାଗ୍ୟ! ବାସ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଏହି ଜିନିଷ…

ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ଭଗବାନ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ପୂଜାର୍ଚ୍ଚନା କରି ଥାଆନ୍ତି । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ମନ୍ଦିରରେ ଜଳାଭିଷେକ, ରୁଦ୍ରାଭିଷେକ କରି ଥାଆନ୍ତି।

ଧାର୍ମିକ ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସରେ ଭକ୍ତି ଭାବରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍ମାମନା ପୂରଣ ହୋଇଥାଏ। ବିବାହ ଠାରୁ ଆରମ୍ଭ କରି ଚାକିରି ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିପରି ପୂଜା କଲେ ସବୁ ମନସ୍କାମନା ହେବ ପୂର୍ଣ୍ଣ।

ମେଷ ରାଶି :

ମେଷ ରାଶି ବ୍ୟକ୍ତି ବିଶେଷ ଶ୍ରାବଣ ମାସରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ବେଲ ପତ୍ର, ଲାଲ ଚନ୍ଦନ, ଲାଲ ଫୁଲ ଅର୍ପଣ କରନ୍ତୁ।

ବୃଷ ରାଶି :

ମହାଦେବଙ୍କ କୃପା ପ୍ରାପ୍ତି ପାଇଁ ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀର, ଦହି, ଧଳା ଫୁଲ, ଗଙ୍ଗାଜଳ ଆଦିରେ ପ୍ରଭୁଙ୍କ ପୂଜା କରନ୍ତୁ। ଏହାସହ ମହାମୃତ୍ୟୁଞ୍ଜୟ ସହ ମହା ମନ୍ତ୍ରର ମଧ୍ୟ ଜପ କରନ୍ତୁ।

ମିଥୁନ ରାଶି :

ଏହି ରାଶିର ବ୍ୟକ୍ତିମାନେ ପାଣିରେ ଦହି ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଆଖୁରସ ମଧ୍ୟ ଅର୍ପଣ କରି ପାରିବେ । ଏହାଦ୍ୱାରା ମନସ୍କାମନା ପୂରଣ ହେବ।

କର୍କଟ ରାଶି :

ଏହି ରାଶିର ବ୍ୟକ୍ତି ବିଶେଷ ଧଳା ଫୁଲ, କ୍ଷୀର ଆଦି ମହାଦେବଙ୍କୁ ଅର୍ପଣ କରନ୍ତୁ।

ସିଂହ ରାଶି :

ଏହି ରାଶିର ବ୍ୟକ୍ତି ମାନେ ପାଣିରେ ଗୁଡ ମିଶାଇ ଭୋଳାଶଙ୍କରଙ୍କୁ ଅର୍ପଣ କରନ୍ତୁ । ଲାଲ ଫୁଲ ଅର୍ପଣ କରିବା ମଧ୍ୟ ଶୁଭଙ୍କର।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତି ମାନେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର, ଦୁବ, ପାନ, ଦୁଦୁରା ଫୁଲ, ଗଙ୍ଗାଜଳ ଆଦି ଅର୍ପଣ କରନ୍ତୁ ।

ତୁଳା ରାଶି :

ଏହି ରାଶିର ବ୍ୟକ୍ତି ମାନେ ଭୋଳାନାଥଙ୍କୁ ଧଳା ଚନ୍ଦନ, ଗଙ୍ଗାଜଳ, ଦହି, ମହୁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।

ବିଛା ରାଶି :

ଏହି ରାଶିର ବ୍ୟକ୍ତି ମାନେ ଲାଲ ଫୁଲ, ବେଲପତ୍ର ଅର୍ପଣ କରି ମହାଦେବଙ୍କୁ ପ୍ରସନ୍ନ କରନ୍ତୁ।

ଧନୁ ରାଶି :

ଭଗବାନ ଶଙ୍କରଙ୍କ ବିଶେଷ କୃପା ପାଇବା ପାଇଁ ଏହି ରାଶିର ବ୍ୟକ୍ତି ମାନେ କ୍ଷୀରରେ ହଳଦୀ ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ବେସନର ମିଠା ମଧ୍ୟ ଭୋଗ କରି ପାରିବେ ।

ମକର ରାଶି :

ଏହି ରାଶିର ବ୍ୟକ୍ତି ମାନେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନୀଳ ଫୁଲ, ବେଲପତ୍ର, ଦୁଦୁରା ଫୁଲ ଅର୍ପଣ କରନ୍ତୁ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତି ମନେ ନୀଳ ଫୁଲ, ଆଖୁ ରସ ଆଦି ଅର୍ପଣ କରିବା ଅତି ଶୁଭଦାୟକ ହେବ।

ମୀନ ରାଶି :

ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ଫୁଲ, ଆଖୁ ରସ, କେସର ମିଶ୍ରିତ କ୍ଷୀର ମହାଦେବଙ୍କୁ ଅର୍ପଣ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।