ପୁରା ଭାରତରେ ମୂର୍ତ୍ତି କାରିଗର ଯୋଗୀରାଜ ଙ୍କୁ ସମସ୍ତେ ଜାଣିଛନ୍ତି । ପ୍ରଭୁ ରାମ ଙ୍କ ମୂର୍ତ୍ତି ଗଢି ନିଜର ପରିଚୟ ପୁରା ଦେଶରେ ହାସଲ କରିଛନ୍ତି ଯୋଗୀରାଜ । ତେବେ ସେ ବି ଜୀବନରେ କେବେ ବି ଭାବି ନ ଥିଲେ ତାଙ୍କ ହାତ ତିଆରି ପ୍ରଭୁ ରାମଙ୍କ ମୂର୍ତ୍ତି କୁ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କରାଇବ । ଯେଉଁ ଦିନ ତାଙ୍କ ମୂର୍ତ୍ତି କୁ ଚୟନ କରା ଯାଇଥିଲା ତାଙ୍କ ଆଖି ରୁ ଝଋ ପଡିଥିଲା ଖୁସିର ଲୁହ । ଆଉ ନିଜର ସବୁ ସମୟ ଲଗାଇ ଦେଇଥିଲେ ପ୍ରଭୁ ରାମ ଙ୍କ ମୂର୍ତ୍ତି ଗଢିବାରେ ।
ରାତି ଦିନ ଏକ କରି ଦେଇଥିଲେ ଯୋଗୀରାଜ । ସେ ଏତେ ପରିଶ୍ରମ କରିବା କାରଣରୁ ଆଖି ରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ । ହେଲେ ସେହି ଯନ୍ତ୍ରଣା ପ୍ରଭୁ ରାମଙ୍କ ମୁଖ ଦର୍ଶନ କରି ଦେଲେ କୁଆଡେ ଯେମିତି ଗାୟବ ହୋଇ ଯାଉଥିଲା । ଯୋଗୀରାଜ ପ୍ରଭୁ ଶ୍ରୀରାମ ଙ୍କ ମୂର୍ତ୍ତି କୁ ସମ୍ପନ୍ନ କରି ଦେଇଛନ୍ତି । କିନ୍ତୁ ତାଙ୍କର ଏହି ସଫଳତା ପଛରେ କେତେ ଯେ କଷ୍ଟ ସହିବାକୁ ପଡିଛି ତାହା କେହି ବି ଜାଣି ନାହାନ୍ତି ।
କଥାରେ ଅଛି କିଛି ପାଇବାକୁ ହେଲେ ବହୁତ କିଛି ଯେମିତି ହରାଇବାକୁ ପଡିଥାଏ । ଠିକ ସେମିତି ଯୋଗୀରାଜଙ୍କ କ୍ଷେତ୍ରରେ ଘଟିଛି । ଯେବେ ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ମୂର୍ତ୍ତି ଗାଢା ଆରମ୍ଭ କରିଥିଲେ ସେତେବେଳେ ନିଜର ଆଖି ରେ ବହୁତ କଷ୍ଟ ଅନୁଭବ କରିଥିଲେ । ପ୍ରଭୁ ରାମଙ୍କ ମୂର୍ତ୍ତି ଖୁବ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ସେ ଅନେକ ରାତି ସୋଇ ନ ଥିଲେ । ରାତିଦିନ କାମ କରୁଥିଲେ ।
ଦେଖନ୍ତୁ ଭିଡିଓ :-
ସାମାନ୍ଯ ଯନ୍ତ୍ରଣା ତାଙ୍କୁ ମୂର୍ତ୍ତି ତିଆରି କରିବାରେ ଅଟକାଇ ପାରି ନ ଥିଲା । ସେମିତି ନିର୍ମାଣ କରି ଚାଲିଥିଲେ ରାମ ଙ୍କ ମୂର୍ତ୍ତି ଙ୍କୁ । ଯେବେ ସେ ପ୍ରଭୁ ରାମ ଙ୍କ ମୁଖ ମଣ୍ଡଳ ଗଢିଥିଲେ ସେତେବେଳେ ତାଙ୍କର ଆଖି ଯନ୍ତ୍ରଣା କୁଆଡେ ଗାୟବ ହୋଇ ଯାଉଥିଲା ଏମିତି ଅରୁଣ ଯୋଗୀରାଜ ଙ୍କ ସ୍ତ୍ରୀ କହିଛନ୍ତି । ତାଙ୍କ ସ୍ତ୍ରୀ ଙ୍କ କହିବା ଅନୁସାରେ ଯେବେ ରାମ ଙ୍କ ମୂର୍ତ୍ତି ଗଢିବା ଆରମ୍ଭ କରିଥିଲେ ସେତେବେଳେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପଥରର ଆବଶ୍ୟକତା ପଡିଥିଲା ।
ମହେଶ୍ଵର ରେ ସେ ପଥର ଥିଲା । ସବୁଠାରୁ ବଡ କଥା ହେଉଛି ଯେବେ ସେ ପଥର ଭାଙ୍ଗିଥିଲେ ସେତେବେଳେ କିଛି ଗୁଣ୍ଡ ତାଙ୍କ ଆଖି ରେ ପଡି ଯାଇଥିଲା । ପରେ ଏହାକୁ ବାହାର କରିବାକୁ ଅପରେସନ କରିବାକୁ ପଡିଥିଲା । ଏତେ ଯନ୍ତ୍ରଣା ପରେ ମଧ୍ୟ ପ୍ରଭୁ ରାମ ଙ୍କ ମୂର୍ତ୍ତି ନିର୍ମାଣ କରିବାରେ ଅଟକି ନ ଥିଲେ । ଯାହାର ଫଳ ସ୍ୱରୂପ ଏବେ ତାଙ୍କର ମୂର୍ତ୍ତି ଅଯୋଧ୍ୟାରେ ପୂଜା ପାଇବ ।
ଯୋଗୀରାଜ ଙ୍କ ଭାଇ ସୂର୍ଯ୍ୟ ପ୍ରକାଶ କହିଛନ୍ତି ଯେ ଏହା ପରିବାର ପାଇଁ ସ୍ମରଣୀୟର ଦିନ ଓ ଏହା ପାଇବାକୁ ସେ ହକଦାର ଅଟନ୍ତି । ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ତାଙ୍କୁ ଉଚ୍ଚ ସ୍ତରକୁ ଆଣିଛି ।