ପ୍ରେମିକ ଦେଇଥିଲା ଧୋକା, ଏବେ ତାଙ୍କୁ ମନେ ପକାଇ ଏହି ଭୟଙ୍କର ଅଭିଶାପ ଦେଲେ ରାଣୀ ପଣ୍ଡା

ଗୋଟେପଟେ ଲୋକ ତାଙ୍କୁ ଚର୍ଚ୍ଚିତ ଅଭିନେତ୍ରୀ କୁହନ୍ତି କିନ୍ତୁ ଅନ୍ୟପଟେ ଲୋକ ତାଙ୍କୁ ନାରୀ ନୁହେଁ ତୁ ନାରାୟଣୀ ବୋଲି ମଧ୍ୟ କୁହନ୍ତି । ଅନେକ ଲୋକ ତାଙ୍କୁ ଚର୍ଚ୍ଚାରେ ରଖୁଥିବା ବେଳେ ଅନେକ ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରନ୍ତି । ଗରୀବ ମାନଙ୍କର ମସିହା ବୋଲି ତାଙ୍କୁ କୁହାଯାଏ । କିନ୍ତୁ ରାଣୀ ପଣ୍ଡା ନିଜ ଜୀବନରେ କେମିତି ରୁହନ୍ତି । ଲୋକ ମାନଙ୍କର ସାହାର୍ଯ୍ୟ ତ କରନ୍ତି କିନ୍ତୁ କେତେ ଲୋକଙ୍କର ନିନ୍ଦା ମଧ୍ୟ ସହିଛନ୍ତି ।

ଏସବୁ କଥାକୁ ଛାଡ଼ି ତାଙ୍କର କିଛିଦିନ ପୂର୍ବରୁ ଗୋଟାଏ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା ଯେ ରାଜଧାନୀ ଅପେରାକୁ ଛାଡ଼ି ସେ ଏବେ ନୂଆ ଅପେରାକୁ ଯାଉଛନ୍ତି । କାହିଁକି ଯାଉଛନ୍ତି ଆଉ କଣ ପାଇଁ ଯାଉଛନ୍ତି ସେ ବିଷୟରେ କଥା ହୋଇଥିଲେ । ଏତେ ନିନ୍ଦା ଅପମାନ ପରେ ମଧ୍ୟ ରାଣୀ ପଣ୍ଡା ମୁଣ୍ଡ ଟେକିକି କେମିତି ଚାଲୁଛନ୍ତି ଦୁନିଆରେ ସେ ବିଷୟ ମଧ୍ୟ ସେ କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରାଣୀ ପଣ୍ଡା କହିଛନ୍ତି ସେ ସବୁବେଳେ କହି ଆସିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବଞ୍ଚିଛନ୍ତି ଆଉ ଉପରବାଲାର ଆଶୀର୍ବାଦ ପାଇଁ ସେ ଏତେ ଆଗକୁ ଆସି ପାରିଛନ୍ତି ।

ତେବେ କିଛିଦିନ ପୂର୍ବରୁ ରାଣୀ ପଣ୍ଡା ଇନ୍ଷ୍ଟାଗ୍ରାମରେ ଗୋଟେ ପୋଷ୍ଟ ଅପଲୋଡ୍ କରିଥିଲେ ଯେଉଁଥିରେ ରାଜଧାନୀ ଅପେରାର ନାଆଁ ଲେଖା ଯାଇଥିଲା । ଆଉ ସେଥିରେ ରାଣୀ ପଣ୍ଡା ଶହ ପ୍ରଯୋଜକ ମଧ୍ୟ ଥିଲେ । ଆଉ ନାଟକର ନାଁ ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା । ସମସ୍ତେ ନିଶ୍ଚିତ ଥିଲେ ଯେ ରାଣୀ ରାଜଧାନୀ ଅପେରାକୁ ଯାଉଛନ୍ତି । ତାପରେ ଆଉ କିଛିଦିନ ପରେ ରାଣୀ ଆଉ ଗୋଟେ ପୋଷ୍ଟ କରିଥିଲେ ଯେ ରାଣୀ ପଣ୍ଡା ରାଜଧାନୀ ଅପେରା ଛାଡୁଛନ୍ତି ।

ଦେଖନ୍ତୁ ଭିଡିଓ :-

ତେବେ ପଇସା ପ୍ରୋବ୍ଲେମ୍ ପାଇଁ କି ଆଉକିଛି କାରଣ ପାଇଁ ଛାଡ଼ିଲେ ସେ ବିଷୟରେ ରାଣୀ କହିଲେ କମିଟମେଣ୍ଟ ଅସୁବିଧା ହେଲା । ଯେଉଁଠି କମିଟମେଣ୍ଟ ଠିକ୍ ରହିବନି ସେଠି ସେ କାର୍ଯ୍ୟ କରିବା ପସନ୍ଦ କରନ୍ତିନି । ତେବେ ଆହୁରି ବହୁତ୍ କାରଣ ଅଛି ଯାହା ସେ ସୋସିଆଲ ମିଡ଼ିଆରେ କହିବାକୁ ଚାହୁଁ ନାହାଁନ୍ତି । କିନ୍ତୁ କିଛି ଟା ଭଲ ପାଇଁ ସେ ସେହି ଅନୁଷ୍ଠାନ ଛାଡ଼ିଲେ । ସେ ଚାହୁଁ ନଥିଲେ ଯେ ୨୦୦ ପରିବାର ତାଙ୍କ ପାଇଁ ଭାଙ୍ଗି ଯାଆନ୍ତୁ । ରାଣୀ ପଣ୍ଡା ଆହୁରି କହିଛନ୍ତି ଯାହାକୁ ସେ ହୃଦୟରୁ ଭଲ ପାଇଥିଲେ, ତା’ଠାରୁ ଏମିତି ସେମିତି ନୁହେଁ ବହୁତ୍ ବଡ଼ ଧୋକା ଖାଇଛନ୍ତି ଆଉ ଧୋକା ପାଇଲା ପରେ ଅଭିଶାପ ଦେଲେ ରାଣୀ ପଣ୍ଡା ।