ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ଏହି ୪ ରାଶିର ବଦଳିବ ଭାଗ୍ୟ, ମାଁ ଲକ୍ଷ୍ମୀ ଙ୍କ ହେବା ବଡ଼ କୃପା

ହିନ୍ଦୁ ଧର୍ମର ଅନେକ ବ୍ୟକ୍ତି ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳଲାଗି ମଧ୍ୟ କରିଥାନ୍ତି, ଏମିତିକି ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ଭାବରେ ଆମେମାନେ ବିବେଚନା କରିଥାଉ । ସୂର୍ଯ୍ୟଙ୍କୁ ନେଇ ଅନେକ ମଧ୍ୟ ବିଶ୍ୱାସ ରହିଛି ଏମିତିକି ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସୂର୍ଯ୍ୟଙ୍କୁ ନେଇ ଅନେକ ରହସ୍ୟ ଉନ୍ମୋଚିତ ହୋଇଛି ।

ତେବେ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ରାଶିରେ ସଠିକ ସ୍ଥିତିରେ ଥିଲେ ରାଶିରେ ବ୍ୟକ୍ତିଙ୍କ ଜୀବନରେ ବହୁତ ବଡ଼ ସଫଳତା ହାସଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତ୍ୟେକ ଦିଗରୁ ଲାଭ ମିଳିଥାଏ ବୋଲି କୁହାଯାଏ । ଚଳିତ ବର୍ଷ ଜାନୁୟାରୀ ୧୫ ତାରିଖରୁ ସୂର୍ଯ୍ୟ ମକର ରାଶିରେ ଚଳନ କରିବେ ।

ଏହି କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ ଲାଭ ମିଳିବ ବୋଲି କୁହାଯାଉଛି । ସେମଧ୍ୟରୁ ବୃଷ, ସିଂହ, ଧନୁ ଏବଂ ମୀନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ବୋଲି ବିବେଚନା କରାଯାଉଛି ।

ଆହୁରି ପଢନ୍ତୁ :- ସଂକ୍ରାନ୍ତିରେ ରାଶି ଅନୁସାରେ କରନ୍ତୁ ଦାନ, ଫିଟିବ ଭାଗ୍ୟ ଓ ମିଳିବ ଶୁଭ ଫଳ

ବୃଷ ରାଶି :- ମକର ରାଶିରେ ସୂର୍ଯ୍ୟଙ୍କ ଚଳନ କାରଣରୁ ବୃଷ ରାଶିର ଲୋକଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଆପଣ ଇଚ୍ଛା କରୁଥିବା ସ୍ଥାନରେ ସମ୍ପତ୍ତି କିଣିବାର ସୁଯୋଗ ପାଇପାରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ଭଲ ସମୟ ହେବ । ବିଦେଶରେ ପଢିବାର ସୁଯୋଗ ରହିଛି । କ୍ୟାରିୟର କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ।

ସିଂହ ରାଶି :- ମକର ରାଶିରେ ସୂର୍ଯ୍ୟଙ୍କ ଚଳନ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫଳପ୍ରଦ ହେବ । ଏହା ଆପଣଙ୍କ ଜୀବନରେ ଖୁବ ସଫଳତା ଆଣିବ । ଚାକିରିରେ ପଦୋନ୍ନତି ହେବାର ସୁଯୋଗ ରହିଛି । ମାନ ସମ୍ମାନ ବୃଦ୍ଧି ହେବା ସହିତ ପ୍ରଶଂସାଭାଜନ ହେବେ । ଦୂରଯାତ୍ରା ଫଳପ୍ରଦ ହେବ । ବ୍ୟବସାୟରେ ମଧ୍ୟ ଲାଭ ହେବ ।

ଧନୁ ରାଶି :- ସୂର୍ଯ୍ୟଙ୍କର ଚଳନ କାରଣରୁ ଆପଣ ଭାଗ୍ୟବାନ ହେବେ । ପାରିବାରିକ ବିବାଦର ସମାଧାନ ହେବା ସହ ହସ ଖୁସିରେ ଜୀବନ ବିତିବ । ବିଦେଶୀ ଉତ୍ସରୁ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ । ଆପଣଙ୍କ ସାଥୀଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ ।

ମୀନ ରାଶି :- ସୂର୍ଯ୍ୟଙ୍କର ଚଳନ ପ୍ରଭାବରୁ ଆପଣଙ୍କୁ ଶୁଭଫଳ ମିଳିବ । କଠିନ ପରିଶ୍ରମ କରି ଆପଣ ସଫଳତା ହାସଲ କରିବାରେ ସକ୍ଷମ ହେବେ । କ୍ୟାରିଅର କ୍ଷେତ୍ରରେ ମଧ୍ୟ ବଡ଼ ସଫଳତା ମିଳିବ । ବ୍ୟୟ ଅପେକ୍ଷା ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିବ ।