ଭାରତ ଏକ ଏଭଳି ଦେଶ ଯେଉଁଠାରେ ଭିନ୍ନ ଭିନ୍ନ ସ୍ଥାନକୁ ଗଲେ ବିଭିନ୍ନ ପ୍ରକାରର ସମୁଦାୟ, ଭାଷା ଏବଂ ଜୀବନଶୈଳୀ ଦେଖିବାକୁ ମିଳିଥାଏ । ଭାରତରେ ଯେଉଁଭଳି ଭାବରେ ବିବିଧତା ଦେଖାଯାଏ ତାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନାହିଁ । ତେବେ, ଏଭଳି ମଧ୍ୟ ଏକ ଗାଁ ରହିଛି ଯେଉଁଠାରେ ପୁରୁଷମାନଙ୍କର କୌଣସି ନାଁ ନାହିଁ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ ଅଟେ । ମେଘାଳୟ ସ୍ଥିତ ପୂର୍ବ ଜିଲ୍ଲାର ଖାସିହିଲର କଙ୍ଗାଖାନା ଗାଁରେ ଏଭଳି ଅଜବ ଜୀବନଶୈଳୀ ଦେଖିବାକୁ ମିଳିଥାଏ । ସାଧାରଣତଃ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାମ ଦ୍ୱାରା ଲୋକେ ଚିନ୍ହି ଥାଆନ୍ତି । କିନ୍ତୁ, ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ହୁଇସିଲିଂ ଟ୍ୟୁନ ମାଧ୍ୟମରେ ଜଣାଯାଏ । ଏହି ଟ୍ୟୁନ ହିଁ ସେମାନଙ୍କର ପରିଚୟ ଅଟେ ।
ଏହି ଗ୍ରାମରେ ପ୍ରଥମେ ଏକ ଶିଶୁ ଜନ୍ମ ହେବାପରେ ତା ପାଇଁ ଏକ ସ୍ୱତନ୍ତ୍ର ହୁଇସିଲିଂ ଟ୍ୟୁନ୍ ପ୍ରସ୍ତୁତ କରାଯାଇଥାଏ । ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଟି ନାମ ରହିଛି । ଗୋଟିଏ କାଗଜପତ୍ରରେ ଦେବା ପାଇଁ ସାଧାରଣ ନାଁ, ଅନ୍ୟଟି ଏହି ସ୍ୱତନ୍ତ୍ର ଟ୍ୟୁନ୍ ଅଟେ ।
ଦେଖନ୍ତୁ ଭିଡିଓ :-
ଏହି ଗ୍ରାମଟି ପାହାଡ଼ ପର୍ବତ ଦ୍ୱାରା ଘେରି ହୋଇ ରହିଥିବାରୁ ଏଠାରେ ହୁଇସିଲିଂ କରିଲେ ବହୁତ ଦୂର ପର୍ଯ୍ୟନ୍ତ ପ୍ରତିଧ୍ୱନି ଶୁଣା ଯାଇଥାଏ । ଏହି ହୁଇସିଲିଂ ଅଭ୍ୟାସକୁ ବୈଜ୍ଞାନିକମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତେବେ, ଏହି ଗାଁର ଲୋକେ ମଧ୍ୟ ଏବେ ଆଧୁନିକତା ଆଡକୁ ମୁହାଁଉଥିବା ଜଣାପଡିଛି ।