ପିତ୍ତ ରୁ ହେଉଥିବା ଚର୍ମ ରୋଗ କ’ଣ ? ଏହା କାହିଁକି ହୁଏ ଏବଂ ଏହାର ଘରୋଇ ଉପଚାର ବିଷୟରେ ଜାଣିବା ଆମର ଏହି ପୋଷ୍ଟରେ…

ମଣିଷ ଶରୀରରେ ବାତ୍ତ ,ପିତ୍ତ ,କଫ ଅନ୍ତର୍ନିହିତ ଥାଏ। କିନ୍ତୁ ଯଦି ଏଥିରୁ କୌଣସିଟି ଅଧିକ ପରିମାଣରେ ବଢିଯାଏ ତାହେଲେ ଆପଣଙ୍କ ର ଶରୀର ରୋଗାକ୍ରାନ୍ତ ହୋଇଯାଏ ।

ଶରୀରରେ ପିତ୍ତ ବଢ଼ିଗଲେ ଚର୍ମ ରୋଗ ଦେଖାଯାଏ । ଚର୍ମ ରେ ଲାଲ, ଗୋଲାକାର ଆକାରର ଛୋଟ ବା ବଡ ଧରଣର ଫୋକା ଦେଖାଦିଏ । ଏହା ବହୁତ କୁଣ୍ଢେଇ ହେବା ସହ ଯନ୍ତ୍ରଣା ମଧ୍ୟ ହୁଏ । ଏହି ଚର୍ମ ରୋଗ ର ଠିକ ସମୟରେ ଉପଚାର ନ କଲେ ଏହା ଗମ୍ଭୀର ଓ ଜଟିଳ ସମସ୍ୟା ସୃଷ୍ଟି କରେ ।

ଚର୍ମ ରୋଗ ର ମୁଖ୍ୟ କାରଣ :

  • କିଛି ଖାଦ୍ୟ ଖାଇଲେ ବେଳେ ବେଳେ ଆଲର୍ଜି ହୋଇଯାଏ।ଏହି ଆଲର୍ଜି ଦ୍ୱାରା ଶରୀରରେ ଲାଲ ଲାଲ ଫୋକା ହୋଇଯାଏ।
  • କୀଟପତଙ୍ଗ କାମୁଡିବା ଦ୍ୱାରା ଏହି ପ୍ରତିକ୍ରିୟା ହୁଏ ।
  • ଶାରୀରିକ ଉତ୍ସାହ, ଯେପରିକି ମାନସିକ ଚାପ, ଥଣ୍ଡା, ବ୍ୟାୟାମ କିମ୍ବା ସୂର୍ଯ୍ୟ ଙ୍କ ଉତ୍ତାପ ।
  • ଔଷଧ, ଯେପରିକି ଆଣ୍ଟିବାୟୋଟିକ୍, ଆସ୍ପିରିନ୍ ଏବଂ ଆଇବୁପ୍ରୋଫେନ୍ ପରି ଔଷଧ ସେବନ ଦ୍ୱାରା ମଧ୍ୟ ଚର୍ମ ରୋଗ ହୁଏ ।
  • ମୂତ୍ରନଳୀ ସଂକ୍ରମଣ ।
  • ସାଧାରଣ ଥଣ୍ଡା କିମ୍ବା ଭାଇରାଲ୍ ସଂକ୍ରମଣ ।
  • ଗୃହପାଳିତ ପଶୁ ଙ୍କ ଦ୍ଵାରା ।
  • କିଛି ଉଦ୍ଭିଦ କିମ୍ବା ଫୁଲ ର ପୋଲନ୍ ଦ୍ବାରା ମଧ୍ୟ ଶରୀରରେ ଚର୍ମ ଆଲର୍ଜି ଦେଖାଦିଏ ।

ଚର୍ମ ଆଲର୍ଜି ର ଘରୋଇ ଉପଚାର :

ମହୁ :

ଏକ ଚାମଚ ମହୁ କୁ ଏକ ଗ୍ଲାସ ଗରମ ପାଣିରେ ମିଶାନ୍ତୁ ।
ସକାଳୁ ଖାଲି ପେଟରେ ଏହି ପାଣି କୁ ପିଅନ୍ତୁ । ଏହିପରି କିଛି ଦିନ କରନ୍ତୁ।ଏହା ଦ୍ଵାରା ଚର୍ମ ଆଲର୍ଜି ଭଲ ହୁଏ।

ଘିକୁଆଁରୀ :

ଘିକୁଆଁରୀ ରେ ଔଷଧୀୟ ଗୁଣ ଥିବାରୁ ପିତ୍ତ ଶାନ୍ତ କରିବାରେ ସାହାର୍ଯ୍ୟ କରେ ଓ ଯେଉଁ ସ୍ଥାନରେ ଆଲର୍ଜି ହୋଇଥାଏ ସେହି ସ୍ଥାନରେ ଘିକୁଆଁରୀ କୁ ଲଗାଇଲେ ଆଲର୍ଜି ଭଲ ହୁଏ ।

ଥଣ୍ଡା ସେକ :

ବରଫକୁ ଏକ ଟାୱେଲ କିମ୍ବା ନରମ କପଡ଼ାରେ ଗୁଡ଼ାଇ ଆଲର୍ଜି ଚର୍ମରେ ଲଗାନ୍ତୁ। ଏହାଦ୍ଵାରା ଆଲର୍ଜି ଯନ୍ତ୍ରଣା ରୁ ରକ୍ଷା ମିଳିବ ।

ଡାଲଚିନି ଓ ମହୁ :

ସକାଳୁ ଖାଲି ପେଟରେ ଡାଲଚିନି ଓ ମହୁ ଏକତ୍ର କୁଟି ପେଷ୍ଟ ବନାଇ ଖାନ୍ତୁ।

ଗୋଲମରିଚ ଓ ଘିଅ :

5 ଟି ଗୋଲମରିଚ କୁ କୁଟି ଗୁଣ୍ଡ କରନ୍ତୁ, ତାକୁ ଘିଅ ରେ ମିଶାଇ ଦିନରେ ଥରେ ଖାନ୍ତୁ ।