କିଏ ଏହି ମହିଳା ଯାହାକୁ ଭୁବନେଶ୍ବର ଏୟାରପୋର୍ଟରେ ଜାବୁଡ଼ି ଧରି କୁଣ୍ଢେଇଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୨ୟ ମ୍ୟାଚ ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ସହଜରେ ରନ ଚେଜ୍ କରି ବିଜୟ ହାସଲ କରିଥିଲା। ବିରାଟ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଥିବା ଭାରତୀୟ ହେବାର ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। କୋହଲି ଇଂଲଣ୍ଡ ବିପକ୍ଷରେ ୪ ହଜାରରୁ ଅଧିକ ରନ କରି ସାରିଛନ୍ତି । 

ତେବେ ଏହାରି ମଧ୍ୟରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି। ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । ଏହି ସମୟରେ ଭୁବନେଶ୍ବର ଏୟାରପୋର୍ଟରେ ଟିମ୍ ଇଣ୍ଡିଆ ଯାଉଥିବା ବେଳେ ବିରାଟ କୋହଲି ମଧ୍ୟ ଯାଉଥିଲେ । 

ଏହି ସମୟରେ ଏୟାରପୋର୍ଟରେ ଜଣେ ମହିଳା ପ୍ରଶଂସକ ବିରାଟଙ୍କୁ ଆଲିଙ୍ଗନ ପାଇଁ ଆଗକୁ ଆସିଥିଲେ । ଏହି ସମୟରେ ବିରାଟ କୋହଲି ମହିଳା ଫ୍ୟାନଙ୍କ ପାଖକୁ ଯାଇ ଆଲିଙ୍ଗନ କରିଥିଲେ । ଏହା ଦେଖି ସିକ୍ୟୁରିଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । 

ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚ ଖେଳସରିଛି । ନାଗପୁର ଦିନିକିଆରେ ବିରାଟଙ୍କ ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଖେଳିପାରିନଥିଲେ । ସେହିପରି ବାରବାଟୀ ମ୍ୟାଚରେ ବିରାଟ ମାତ୍ର ୫ ରନ୍ କରି ଆଉଟ ହୋଇଯାଇଥିଲେ । ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ଆସନ୍ତାକାଲି ଅହମଦାବାଦରେ ମ୍ୟାଚ ଖେଳିବ । ଏହି ମ୍ୟାଚରେ ବିରାଟଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଛି ।