କଲେଜ୍ ରେ ଚାଲିଛି ସେକ୍ସ ରାକେଟ । ସତରେ କଥାଟା କାନକୁ କେତେ ଅଡୁଆ ଶୁଭୁଛି । ଭାରତୀୟ ସଂସ୍କୃତି ଓ ସତ୍ୟତା ଆଧାର ରେ ଆମେ ଶିକ୍ଷାନୁଷ୍ଠାନକୁ ମନ୍ଦିରର ଦରଜା ଦେଇଥାଉ । ହେଲେ ବର୍ତ୍ତମାନ ସମୟ ପଇସା ରୋଜଗାର କରିବାର ନିଶା ସମସ୍ତଙ୍କୁ ଏତେ ଘାରିଛି ଯେ ଲୋକେ କର୍ମ ଓ କୁକର୍ମର ହିସାବ ରଖୁ ନାହାନ୍ତି । ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ ଯଦି ଏଭଳି କାମ ହେଉଛି ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ଥିବ ।
ନିକଟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି କାଟୁ ସ୍ଵୟଂ ଶାସିତ ସାଇନ୍ସ କଲେଜ୍ ରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ଆସିବା ପରେ ଏବେ ବଢ଼ିଛି ତାତି । କେବଳ ଗଞ୍ଜାମ କାହିଁକି ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା ଅନ୍ୟ ମହାବିଦ୍ୟାଳୟ ଗୁଡିକରେ । ଏପରିକି କେତେକ ସ୍ଥାନରେ ତ ଅଧ୍ୟାପକ ମାନେ ସମୃକ୍ତ ଥିବାର ମଧ୍ୟ ଜଣା ପଡିଥିଲା ।
ଏହି ଅଭିଯୋଗର ତଦନ୍ତ କରିବା ପାଇଁ ସରକାର ଏକ କମିଟି ଗଠନ କରିଥିଲେ । ସୂଚନା ଅନୁସାରେ ଅଭିଯୋଗ ରହିଥିଲା ଯେ ଗଞ୍ଜାମ ଜିଲ୍ଲାର ଏହି କଲେଜ୍ ରେ ଦିନରେ ପାଠ ପଢା ଓ ରାତିରେ ସେକ୍ସ କାରବାର ଚାଲିଛି । ଏଥିରେ କଲେଜ୍ କର୍ମଚାରୀ ସାମିଲ୍ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା ।
ଆହୁରି ପଢନ୍ତୁ :- ଯୌନ ଲୋଭି ସ୍ତ୍ରୀର ଜଘନ୍ୟ କାଣ୍ଡ, ପୁରୁଷ ବେଶ ହୋଇ ଏମିତି ଭାବେ ନାବାଳିକା ସହ କରୁଥିଲେ ଦୁଷ୍କର୍ମ, ସ୍ୱାମୀ ଜାଣିବା ପରେ କଲେ କିଛି ଏମିତି…
ତେବେ ହିଞ୍ଜିଳିକାଟୁ ସାଇନ୍ସ ମହାବିଦ୍ୟାଳୟରେ ସେକ୍ସ ରାକେଟ ଚାଲିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଜବାବ ଦେଇ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ତଦନ୍ତ ବେଳେ ଏଭଳି କାର୍ଯ୍ୟକଳାପର କୌଣସି ପ୍ରମାଣ ମିଳିନାହିଁ ।
ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଅଭିଯୋଗକୁ ଆଧାର କରାଯାଇଛି ତାର କୌଣସି ପ୍ରମାଣ ନାହିଁ । ତେଣୁ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ବେନାମୀ ଅଭିଯୋଗର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଠାବ କରାଯାଇପାରୁନାହିଁ । କଲେଜର ଷ୍ଟାଫ୍ କାଉନସିଲ, ଆଲୁମିନି ଆସୋସିଏସନ, ଅଧ୍ୟାପକ, ଛାତ୍ରୀ ଓ ମହିଳା ହଷ୍ଟେଲର ବାସିନ୍ଦା ମାନେ ସେକ୍ସ ରାକେଟ ସମ୍ପର୍କୀତ ଖବରକୁ ଖଣ୍ଡନ କରିଛନ୍ତି ଏବଂ ଏହା ବଦନାମ କରିବାକୁ ଅପପ୍ରୟାସ ବୋଲି କୁହଯାଇଛି ।