ଗତ କିଛି ମାସ ହେବ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି 5T ଅଧକ୍ଷ ଭି.କେ ପାଣ୍ଡିଆନ୍ । ଆଜ୍ଞା ହଁ, ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଏବଂ 5T ସଚିବ ଭାବରେ କାର୍ଯ୍ୟ କରିବା ପରେ ଏବେ ସ୍ବେଚ୍ଛାକୃତ ଭାବରେ ସରକାରୀ ଚାକିରୀ ଛାଡ଼ି ଓଡ଼ିଶା ରାଜନୀତିରେ ସେ ପ୍ରବେଶ କରିଛନ୍ତି ।
ପୂର୍ବରୁ ଅନେକ ବିଧାନସଭା ମଣ୍ଡଳୀକୁ ଗସ୍ତ କରି ପାଣ୍ଡିଆନ୍ ଲୋକମାନଙ୍କ ସୁବିଧା ସୁଯୋଗ ବୁଝି ଆସୁଥିଲେ । ସରକାରୀ ପଦବୀରେ ରହି ସେ ଏପରି କରିବା ବିରୋଧୀଙ୍କ ଦେହରେ ଗଲାନାହିଁ । ଏଥିନେଇ ଅନେକ ପ୍ରକାରର ଅଭିଯୋଗ ମଧ୍ୟ କରାଗଲା ।
ଏବେ ପାଣ୍ଡିଆନ୍ ଚାକିରୀ ଛାଡ଼ି ବିରୋଧିଙ୍କର ମୁହଁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି । 5T ଅଧକ୍ଷ ହେବାପରେ ବହୁ ନେତାମନ୍ତ୍ରୀଙ୍କର ପାଣ୍ଡିଆନଙ୍କ ପାଖକୁ ଯିବା ଆସିବା ଲାଗି ରହିଛି । ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ସେ ଓଡ଼ିଶା ବିଷୟରେ ସବୁ ଜାଣି ସାରିଲେଣି ।
ଦେଖନ୍ତୁ ଭିଡିଓ :-
ଏବେ ରାଜନୀତିରେ ଯୋଗ ଦେବାପରେ ପାଣ୍ଡିଆନ ରାତି ୪ଟା ରୁ ଉଠି ନିଜ ନିତ୍ୟକର୍ମ ସାରି କର୍ମକ୍ଷେତ୍ରକୁ ବାହାରି ପଡନ୍ତି । ସେ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ହେଉ ଅଥବା ଭୁବନେଶ୍ୱର ମଧ୍ୟରେ ଥିବା ଅନ୍ୟ କୌଣସି ପ୍ରକଳ୍ପ । ଯେଉଁ ସମୟରେ ସାରା ଓଡିଶା ନିଦରେ ଶୋଇଥାଏ । ସେହି ସମୟରେ ପାଣ୍ଡିଆନ୍ ନିଜ ଅଧିକାରୀ ମାନଙ୍କୁ ଧରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥାନ୍ତି ।
ତେବେ, ତାଙ୍କର ଚାକିରୀ ଛାଡିବା ନିଷ୍ପତ୍ତି ଏବଂ କାର୍ଯ୍ୟକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । ଏବେ ମଧ୍ୟ କିଛି ବିରୋଧୀ ତାଙ୍କୁ ଅଣଓଡ଼ିଆ ଭାବରେ ଟ୍ରୋଲ କରିବାକୁ ପଛାଉ ନାହାଁନ୍ତି । କିନ୍ତୁ, ଏହାକୁ ଭୁକ୍ଷେପ ନ କରି ପାଣ୍ଡିଆନ୍ ଓଡିଶାକୁ ପ୍ରଗତି ପଥରେ ନେବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି ।