ଏକ ରିପୋର୍ଟ ଅନୁଯାଇ ଅନେକ ଲୋକ ଶାରୀରିକ ସମ୍ୱନ୍ଧ କରିସାରିବା ପରେ ମଧ୍ୟ ଏହାପରେ ସେମାନଙ୍କର ଯୌନ ସମ୍ପର୍କ ରଖିବାର ଇଚ୍ଛା ଆହୁରି ବଢ଼ି ଯାଇଥାଏ ବିଶେଷଜ୍ଞ ମାନଙ୍କ ଅନୁଯାଇ ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ ଏବଂ ଏହା ପଛରେ ଅନେକ ଗୁଡିଏ କାରଣ ରହିଛି, ଯାହା ଆମ୍ଭର ଶରୀରର ପ୍ରାକୃତିକ ଆବଶ୍ୟକତା କିମ୍ବା ଶରୀରରେ ହେଉଥିବା ରାସାୟନିକ ଉତ୍ପାଦନ ଏବଂ ହରମୋନ୍ ସହିତ ଜଡିତ ଅଟେ, ତେବେ ଆସନ୍ତୁ ଜାଣିବା ଏହାର କିଛି କାରଣ ମାନଙ୍କ ବିଷୟରେ…
1 – ହରମୋନ୍ ରିଲିଜ୍ :- ଶରୀରରେ ଡୋପାମାଇନ୍ ଏବଂ ଅକ୍ସିଟୋସିନ୍ ନାମକ ହରମୋନ୍ ରିଲିଜ଼ ହେବା ଦ୍ୱାରା ହିଁ ଆମକୁ ଯୌନ ସୁଖଃ ମିଳିଥାଏ । ଶରୀର କୁ ମିଳିଥିବା ଏହି ଅନୁଭବ କୁ ମସ୍ତିଷ୍କ ଏକ ସଙ୍କେତ ପଠାଏ, ଯାହାଦ୍ୱାରା ଶରୀର ଏହି ପ୍ଲେଜର୍ କୁ ବାରମ୍ବାର ଅନୁଭବ କରିବାକୁ ଚାହିଁ ଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ଅଧିକ ଶାରୀରିକ ସମ୍ୱନ୍ଧ ଭିତରେ ଅଧିକ ବିରତି ନକରି ଆଉ ଥରେ ଶାରୀରିକ ସମ୍ୱନ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥାଏ ।
2 – ଭାବପ୍ରବଣ କୋଣ :- ଯେତେବେଳେ ଏକ ଦମ୍ପତି ପ୍ରେମ ସମ୍ପର୍କରେ ରହିଥାନ୍ତି, ସେତେବେଳେ ସେମାନଙ୍କ ଭିତରେ କେବଳ ଶରୀର ନୁହେଁ ବରଂ ଭାବନାର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ସେଥିପାଇଁ କିଛି ଲୋକଙ୍କ ପାଇଁ ଶାରୀରିକ ସମ୍ୱନ୍ଧ ପ୍ରେମକୁ ପ୍ରକାଶ କରିବାର ଏକ ଉପାୟ ମଧ୍ୟ ଅଟେ । ଏହି କାରଣରୁ, ଦମ୍ପତିମାନେ ପରସ୍ପରକୁ ସ୍ପର୍ଶ କରିବା ଏବଂ ସମ୍ପର୍କ ଗଢ଼ିବା ପରେ ତୁରନ୍ତ ଅନ୍ତରଙ୍ଗ ହେବାକୁ ପସନ୍ଦ କରିଥାନ୍ତି ।
ଆହୁରି ପଢନ୍ତୁ :- ଯୌନ କ୍ରିୟାରେ ଲିପ୍ତ ଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଝିଅ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଲା ବାହାରେ
3 – ଚରମ ସୁଖଃ :- ଗୋଟେ ପଟେ ଯେତେବେଳେ ମଣିଷ ଚରମ ସୁଖଃ ପାଇବା ସହ ସନ୍ତୁଷ୍ଟ ହୋଇଥାଏ । ଅନ୍ୟ ପକ୍ଷରେ ଏହା ଅନୁଭଵ ନ ହେବା ଦ୍ୱାରା ଲୋକେ ଅବସାଦ ଗ୍ରସ୍ତ ହୋଇଯାନ୍ତି । ତେଣୁ ଶାରୀରିକ ସମ୍ୱନ୍ଧ ପରେ ବି ଚରମ ସୁଖଃ ନ ମିଳିଲେ ଲୋକମାନେ ପୁଣି ଥରେ ଯୌନ ସମ୍ବନ୍ଧ ରଖିଥାନ୍ତି ।
4 – ପ୍ରେମୀ ଯୁଗଳଙ୍କ ଭିତରେ ଦୂରତା :- ଯଦି ଏକ ପ୍ରେମୀ ଯୁଗଳ ବହୁତ ସମୟ ହେବ ଦେଖା ହୋଇନାହାନ୍ତି କିମ୍ବା ଶାରୀରିକ ସମ୍ପର୍କ ଗଢ଼ି ପାରିନାହାନ୍ତି, ତେବେ ଏହା ମଧ୍ୟ ବାରମ୍ବାର ଶାରୀରିକ ସମ୍ୱନ୍ଧ ପାଇଁ ଇଚ୍ଛା ହେବାର ଏକ କାରଣ ହୋଇପାରେ ।
5 – ଶାରୀରିକ ସମ୍ୱନ୍ଧ ନିଶା :- ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଯେ ଶାରୀରିକ ସମ୍ୱନ୍ଧ ଏକ ନିଶା ମଧ୍ୟ ହୋଇପାରେ, ଏହା ଦ୍ୱାରା ମଣିଷ ବାରମ୍ବାର ନିଜର ଦେହର ଭୋକ କୁ ମେଣ୍ଟାଇବା କୁ ଚେଷ୍ଟା କରିଥାଏ । ଏପରି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।