ପୋଲିସ୍ କୁ ମାରି ଲହୁ ଲୁହାଣ କଲା ଯୁବକ । ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଭରତପୁର୍ ନିକଟରେ । ସେଠାରେ କିଛି ଯୁବକ ଟ୍ରାଫିକ୍ ପୋଲିସ୍ ସହିତ ହାତା ହାତି ହେବା ସହିତ ଟ୍ରାଫିକ୍ ପୋଲିସ ଜଣକୁ କାମୁଡି ଦେଇଥିଲେ ।
ସେହି ସ୍ଥାନରେ ଧୀରେ ଧୀରେ ଭିଡ଼ ବଢିବାରେ ଲାଗିଥିଲା । ଟ୍ରାଫିକ ପୋଲିସ ଜଣକୁ ଯୁବକ ଜଣକ ରାସ୍ତାରେ ଗଡ଼ାଇ ମାରୁଥିବାର ଦେଖି କିଛି ଯାତ୍ରୀ ମାନେ ସେମାନଙ୍କୁ ରୋକି ଥିଲେ ଏବଂ ପରେ ସୂଚନା ଅନୁସାରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ ଗିରଫ କରିଥିଲା । ଟ୍ରାଫିକ ପୋଲିସ ଜଣଙ୍କର ଶରୀର କ୍ଷତ ବିକ୍ଷତ ହୋଇ ଥିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ପଠା ଯାଇଥିଲା ।
ଭିଡିଓଟିରେ ଜଣେ ଯୁବକ ବିଚ୍ ରାସ୍ତା ଉପରେ ଜଣେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ ବାଡଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ରାସ୍ତା ଉପରେ ଗଡାଗଡି ବାଡିଆ ପିଟା ବେଶ୍ କିଛି ସମୟ ଧରି ଚାଲିଥିଲା ଉଭୟଙ୍କ ଭିତରେ । ତଳେ ପଡ଼ି ଗଡା ତଡା ବେଳେ ଯୁବକ ଜଣକ ଟ୍ରାଫିକ ପୋଲିସ କୁ କାମୁଡି ଦେଇଥିଲେ । ହଠାତ ଟ୍ରାଫିକ ପୋଲିସ୍ ଜଣକ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ ।
ଦେଖନ୍ତୁ ଭିଡିଓ :-
ଶୁକ୍ରବାର ଅପରାହ୍ନ ଚାରିଟା କୋଡିଏରୁ ସାଢେ ଚାରି ଭିତରେ ହେବ । ହଠାତ୍ ଭରତପୁର ଟ୍ରାଫିକ ଠାରୁ ଅଳ୍ପ ଦୂର ଅର୍ଥାତ ଫାୟାର ଷ୍ଟେସନ ଆଡକୁ ଯିବା ରାସ୍ତାରେ ଭିଡ଼ ହୋଇଥିଲା । କ୍ରମାଗତ ଗୋଟିଏ ପରେ ଗୋଟିଏ ଗାଡି ତାପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା । ଠିକ ଏତିକି ବେଳେ ଟ୍ରାଫିକ ପୋଲିସ୍ କୁ କାମୁଡି ଥିବା ଯୁବକ ଆସି କେଉଁ ଗୋଟେ ଗାଡିର ଚାବି ନେଇଗଲେ ତ ପୁଣି ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଗାଳି ଗୁଲଜ ଯୁକ୍ତି ତର୍କ କଲେ ।
ଭିଡ଼ ଦେଖି ଟ୍ରାଫିକ ପୋଲିସ ଜଣେ ଆସି ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରୁଥାନ୍ତି । ସେହି ସମୟରେ ସାମ୍ବାଦିକ ମାନଙ୍କ ସହିତ ଯୁକ୍ତି କରୁଥିବା ଯୁବକ ସେହି ଟ୍ରାଫିକ ବାବୁଙ୍କ ସହିତ ବି ଯୁକ୍ତି କରିବା ଆରମ୍ଭ କରିଦେଲେ ଏବଂ ହାତ ଉଠାଇ ବାଡେଇଵା ସହିତ ତାଙ୍କୁ ଧରି ତଳେ ପକାଇ ଆଖି ପତା ଓ ଗାଲ କୁ କାମୁଡି ଦେଲେ । ତାପରେ ସ୍ଥାନୀୟ ଯୁବକ ମାନେ ଆସି ଛଡାଛଡି କରିବା ସହ ଯୁବକଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କଲେ । କିନ୍ତୁ ଯୁବକ ନିଜ ଜିଦ୍ ରେ ଅଟଳ । ଯୁବକ ଜଣଙ୍କ ସ୍ଥାନୀୟ ଯୁବକ ମାନଙ୍କୁ ଭୟ ଦେଖାଇ ଦାଦାଗିରି କଲେ । ଆଉ ସେ ସ୍ଥାନୀୟ ଯୁବକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ । ଯାହା ଫଳରେ ସ୍ଥାନୀୟ ଯୁବକ ମାନେ ଉତ୍ୟକ୍ତ ହୋଇ ନିର୍ଧୁମ ଛେଚିଲେ ।