୬ ଜାନୁଆରୀ ସୋମବାର ରାଶିଫଳ : ଆଜିର ଦିନରେ ଏହି ରାଶିର ଲୋକଙ୍କ ବ୍ୟବସାୟରେ ବୃଦ୍ଧି ହେବ।

ମେଷ ରାଶି :

ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ନିଜର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ବିଶେଷଭାବରେ କାମକୁ ଆସିବ। ଦ୍ୱାଦଶରେ ଚନ୍ଦ୍ର ଯୁକ୍ତ ରାହୁ ରୋଗ, ଋଣ ଏବଂ ଶତ୍ରୁତା ସମ୍ବନ୍ଧୀୟ ଚିନ୍ତାରେ ଉଦ୍‍ବିଗ୍ନ ରହିପାରନ୍ତି।

ବୃଷ ରାଶି :

ଶୁକ୍ର ପାପଗ୍ରହ ରାହୁଙ୍କ ନକ୍ଷତ୍ରରେ ରହିଥିବାରୁ ଭାଇ କିମ୍ବା ପଡୋଶୀଙ୍କ ସହ ସୁସମ୍ପର୍କ ରହି ନ ପାରେ। ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କାମରେ କିଛିନା କିଛି ସମସ୍ୟା ଲାଗି ରହିବ। ତଥାପି ଶିକ୍ଷା,ପରୀକ୍ଷା,ସନ୍ତାନ ହେତୁକ ପ୍ରଶଂସାରେ ମାନସିକ ପରିତୃପ୍ତି ଲାଭ କରିବେ। ସମ୍ପର୍କୀୟ ବନ୍ଧୁ , ସହକର୍ମୀ, ପଡୋଶୀଙ୍କ କଳହର ଆଶଙ୍କା ରହିଛି।

ମିଥୁନ ରାଶି :

ଆଜି ଆପଣଙ୍କ ବହୁତ ଭଲ ଦିନ ହେବ। ତୁମେ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ହେବ। ମନ ଖୁସି ରହିବ। ଯୋଜନାବଦ୍ଧ କାର୍ଯ୍ୟ ସମାପ୍ତ ହେବ। ଆଜି ଆପଣ ନିଜ ପରିବାର ସହିତ ଏକ ଧାର୍ମିକ ଯାତ୍ରା କରିପାରିବେ।ବ୍ୟବସାୟରେ ଲାଭର ସମ୍ଭାବନା ରହିବ। ଏକ ନୂତନ ସହଭାଗିତା ଆରମ୍ଭ ହେବ। ଆପଣ ପରିବାରର ପ୍ରିୟଜନଙ୍କଠାରୁ ସମର୍ଥନ ପାଇବେ।

କର୍କଟ ରାଶି :

ଧନାଧିପ ଧନୁରେ ଥିବାରୁ ବ୍ୟାଙ୍କ, ସଞ୍ଚୟ ଜମା, କିମ୍ବା କରଜ ମାଧ୍ୟମରେ ଅର୍ଥ ପ୍ରାପ୍ତି କରାଇବେ। କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। ପ୍ରଶାସନିକ କ୍ଷେତ୍ରରେ ବିତର୍କର ଆଶଙ୍କା ରହିଛି। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।

ସିଂହ ରାଶି :

ରାଶ୍ୟାଧିପ ରବି ଶୁକ୍ରଙ୍କ ନକ୍ଷତ୍ରରେ ରହିଥିବାରୁ ବିଳାସବ୍ୟସନ ସମ୍ପର୍କିତ ଉପକରଣ କ୍ରୟ କରାଇ ପାରନ୍ତି। କର୍ମକ୍ଷେତ୍ରରେ ମନ ଅନୁଯାୟୀ କାମ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଜି ଯାହାକୁ ଯାହା କହିବେ ସେମାନେ ଅସ୍ବୀକାର କରିବେ ନାହିଁ। ଯେଉଁ ଆଶଙ୍କାରେ ମନ ବିଚଳିତ ହୋଇ ରହିଛି ତାହା ଦୂରୀଭୂତ ହୋଇଯିବ।

କନ୍ୟା ରାଶି :

ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ହେବ। ଆପଣ କିଛି ବିଶେଷ କାର୍ଯ୍ୟ ପାଇଁ ଏକ ଦୀର୍ଘ ଯାତ୍ରାକୁ ଯାଇପାରନ୍ତି। ଯାନକୁ ଯତ୍ନର ସହିତ ବ୍ୟବହାର କରନ୍ତୁ। ବ୍ୟବସାୟରେ ବଡ ବିନିଯୋଗ କରନ୍ତୁ ନାହିଁ। ତୁମର ଆର୍ଥିକ ପରିସ୍ଥିତିରେ ହ୍ରାସ ଅନୁଭବ କରିବ। ଆପଣ ପରିବାରର ପ୍ରିୟ ବ୍ୟକ୍ତିଙ୍କ ବିଷୟରେ ଦୁଃଖଦ ଖବର ପାଇବେ। ମନ ବିଚଳିତ ରହିବ। ତୁମର ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖ। ଯୁକ୍ତିତର୍କଠାରୁ ଦୂରରେ ରୁହ।

ତୁଳା ରାଶି :

ଶୁକ୍ର କୋଣ ଭାବସ୍ଥ ଯୋଗୁ କାର୍ଯ୍ୟସିଦ୍ଧି, ସମସ୍ୟା ସମାଧାନ ଏବଂ ଆନୁଷ୍ଠାନିକ ସମ୍ମାନ ପାଇପାରନ୍ତି। ବନ୍ଧୁଟିର ଦୀର୍ଘ ନୀରବତା ମନରେ ଗଭୀର ଦୁଃଖ ଉଦ୍ରେକ କରିବ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମନ ଭଲ ରହିବ ନ ପାରେ। ରାଜନୀତି, ସଭାସମିତିରେ ନିର୍ଣ୍ଣୟାମତ୍କ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ।

ବିଛା ରାଶି :

ନୀଚ୍ଚସ୍ଥ ମଙ୍ଗଳଙ୍କ ଯୋଗୁ ପୂର୍ବଶତ୍ରୁତାକୁ ନେଇ କଳହ ଘଟିପାରେ। ଅପ୍ରାପ୍ୟ ଜିନିଷ ପ୍ରତି ଆଶା ବଳାଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବାହ୍ୟ ଲୋକଙ୍କ ସ୍ନେହ,ଶ୍ରଦ୍ଧା ଯେଉଁ ପରିମାଣରେ ବଢି ଚାଲିବ, ସେହି ଅନୁପାତରେ ନିଜ ଲୋକମାନଙ୍କ ନିକଟରେ ସେତିକି ରହିବ ନାହିଁ। କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।

ଧନୁ ରାଶି :

ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆପଣ ହୁଏତ କିଛି ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସହିବାକୁ ପଡି। ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏଥର ଉପଯୁକ୍ତ ନୁହେଁ। ସମ୍ପତ୍ତି ସଂପର୍କରେ ପରିବାରରେ ବିବାଦର ବାତାବରଣ ସୃଷ୍ଟି ହେବ। ତୁମର ସମ୍ମାନ ହ୍ରାସ ପାଇବ। ଗାଡି ଚଳାଇବା ସମୟରେ ସତର୍କ ରୁହନ୍ତୁ, ଏକ ଦୁର୍ଘଟଣା ହୋଇପାରେ।

ମକର ରାଶି :

ଗୁରୁଙ୍କ ଶୁଭ ଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟୋନ୍ନତି, ଆର୍ଥିକ ପ୍ରଗତି ସହ ସମ୍ପର୍କର ବନ୍ଧନ ନିବିଡ ହେବ। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ଏକ ଭିନ୍ନ ପରିବେଶରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ।

କୁମ୍ଭ ରାଶି :

ସ୍ବଗୃହୀ ଶନି ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯିବାରୁ ମାନସିକ ଅସ୍ଥିରତା ଦୂର ହୋଇଯିବ। ପ୍ରତ୍ୟେକ କାମରେ ବିଶୃଙ୍ଖଳା ଲାଗି ରହୁଥିବା ହେତୁ ନିଜ ଲୋକଙ୍କୁ ଦାୟୀ କରିପାରନ୍ତି। କୌଣସି ମୂଲ୍ୟବାନ୍‍ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବାର ସୂଚନା ରହିଛି। କଚେରି ମାମଲା, ଜମିଜମା କିମ୍ବା ଗୃହସୀମା ବିବାଦ ଅମୀମାଂସିତ ରହିବ।

ମୀନ ରାଶି :

ଆଜି ଉତ୍ଥାନ-ପତନର ଦିନ ହେବ। ଟଙ୍କା ବିଷୟରେ ତୁମର ସାଙ୍ଗ ସହିତ ତୁମର ବିବାଦ ହୋଇପାରେ, ଯେଉଁଥିପାଇଁ ପାରସ୍ପରିକ ମତଭେଦ ପରିସ୍ଥିତି ଉପୁଜିବ। ଆପଣ ମଧ୍ୟ ସ୍ୱାସ୍ଥ୍ୟରେ ହ୍ରାସ ଅନୁଭବ କରିବେ। ଆପଣ କର୍ମକ୍ଷେତ୍ରରେ କ୍ଷତି ସହିପାରନ୍ତି। ଏକ ବଡ ଅଫର ଆପଣଙ୍କ ହାତରୁ ଦୂରେଇ ଯାଇପାରେ। ପରିବାର ସଦସ୍ୟଙ୍କ ସହିତ ପାର୍ଥକ୍ୟ କେତେକ ବିଷୟ ଉପରେ ବଢ଼ିପାରେ।