ଆପଣଙ୍କ ପାଦ ଏବଂ ହାତରୁ ଝାଳ ବାହାରୁଛି କି ତେବେ ହୋଇଯାଆନ୍ତୁ ସାଵଧାନ

ଖରା ଦିନେ ଝାଳ ତ ସମସ୍ତଙ୍କ ଶରୀରରୁ ବାହାରେ ହେଲେ ଏହି ଝାଳ ବାହାରିବା ବେଳେ ବେଳେ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇଯାଏ । ଶରୀରରୁ ହଟାତ ଝାଳ ବାହାରିବା ଦ୍ୱାରା ଆପଣଙ୍କ ଜୀବନ ବିପଦ ଆଡକୁ ଠେଲି ହୋଇ ଯାଇ ପାରେ । ଶରୀରରୁ ଝାଳ ବାହାରିବା ତ ଅଲଗା କଥା କିନ୍ତୁ ଯଦି ପାଦ ଏବଂ ହାତରୁ ହଟାତ ଝାଳ ବାହାରେ ତେବେ ଏହା ଆପଣଙ୍କ ଶରୀର ପାଇଁ ବଡ଼ ବିପଦ । ଏହା ଜାଣିବା ପରେ ଆପଣଙ୍କ ମନରେ ନିହାତି ଭାବେ ପ୍ରଶ୍ନ ଉଠୁଥିବ କି ଝାଳ କଣ ଶରୀର ପାଇଁ ସତରେ ଏତେ ବିପଦ ଜନକ । ତେବେ ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ଝାଳ ବାହାରେ ଓ ହାତ ଗୋଡ଼ରୁ ଝାଳ ବାହାରିବା କେଉଁ ସୂଚନା ଦିଏ । ଏହା ଦ୍ୱାରା ଆପଣଙ୍କ ଜୀବନ ପ୍ରତି କେଉଁ ବିପଦ ରହିଛି ।

ବର୍ତ୍ତମାନ ସମୟ ସହିତ ମଣିଷ ପରିବର୍ତ୍ତନ ହେଉଥିବା ଆପଣ ମାନେ ନିହାତି ଜାଣିଥିବେ । ଆପଣ ମାନଙ୍କ ଭିତରୁ କେହି କେହି ଆଧୁନିକତାର ପନ୍ଥା ଅବଲମ୍ବନ କରି ଏକ ବିଳାସପୂର୍ଣ ଜୀବନ ବିତାଉ ଥିବେ ଓ ବିତାଇ ବାକୁ କେହି କେହି ଇଚ୍ଛା ରଖିଥିବେ । ହେଲେ ସେହି ବିଳାସପୂର୍ଣ ଜୀବନ ବିତାଇବା ଆଉ ନିଜେ ଆଧୁନିକତାକୁ ଗ୍ରହଣ କରିବା ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିବା ଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟି ହେଉଛି ବୋଲି ଡାକ୍ତର ମାନେ କୁହନ୍ତି । ହେଲେ କିନ୍ତୁ ଏହି କିଛି ବର୍ଷ ଭିତରେ ମଧୁମେହ ,ଉଚ୍ଚ ରକ୍ତ ଚାପ ଭଳି ରୋଗ ଘରେ ଘରେ ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଘରୁ ଟଙ୍କା ସରି ଯାଉଛି ହେଲେ ଔଷଧ ସରୁନି । ବର୍ତ୍ତମାନ ମଣିଷ ଏପରି ଏକ ଅବସ୍ଥାରେ ଆସି ପହଞ୍ଚିଛି କି ପ୍ରତି ପରିବାରରେ ଦୁଇ ରୁ ଚାରି ଲୋକେ ଏହି ରୋଗର ଆକ୍ରାନ୍ତ ହେଉଛନ୍ତି । ତେବେ କେହି କେହି ମଧୁମେହ ରୋଗକୁ ଅତି ହାଲୁକା ଭାବେ ନେଉଥିବା ବେଳେ ଏହା ପରେ ଜୀବନକୁ ମୃତ୍ୟୁ ମୁଖକୁ ଠେଲି ଦେଇଥାଏ ।

ଯଦି ଆପଣଙ୍କ ପାଦ କିମ୍ବା କାଖ କିମ୍ବା ହାତରୁ ଅତ୍ୟାଧିକ ଝାଳ ବାହାରୁଛି ତେବେ ଆପଣ ମଧୁମେହ ପରୀକ୍ଷା କରିବା ଉଚିତ । ଆଉ ଜୀବନ ବିପଦ ଆଡକୁ ଠେଲି ହୋଇ ଯିବା ପୂର୍ବରୁ ଆପଣ ତାର ନିରାକରଣ କରିବା ଉଚିତ । ଯଦି ଆପଣ ଶୀତ ଦିନରେ ବି ଲକ୍ଷ କରୁଛନ୍ତି ଆପଣଙ୍କ ପାଦ କିମ୍ବା ହାତରୁ ଝାଳ ବାହାରୁଛି ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ତାର ଚିକିତ୍ସା କରାଇ ନିଅନ୍ତୁ । କାରଣ ପାଦ ତଳେ ଝାଳ ବାହାରିବା ଡାଇବେଟିସ ବା ଯାହାକୁ ଆମେ ଓଡ଼ିଆରେ ମଧୁମେହ ବୋଲି କହିଥାଉ ତାହାର ଲକ୍ଷଣ । ଯଦି କିଛି ଖାଇବା ପରେ ହଟାତ ଆପଣଙ୍କ ପାଦରୁ ଝାଳ ବାହାରୁଛି ତେବେ ଏହା ମଧ୍ୟ ମଧୁ ମେହର ଲକ୍ଷଣ ବୋଲି କୁହାଯାଇଥାଏ । କେବଳ ଏତିକି ନୁହେଁ ହୃଦୟ ଜନିତ ରୋଗ ହେବା କାରଣରୁ ପ୍ରାୟତ ହାତ ଏବଂ ପାଦରୁ ଝାଳ ବାହାରି ଥାଏ ।

ଦେଖନ୍ତୁ ଭିଡିଓ :-

ଯଦି ନିଜକୁ ବ୍ୟସ୍ତ ଲାଗୁଛି କିମ୍ବା ପାଦ ତଳ ଥଣ୍ଡା ହୋଇ ଯାଉଛି, ମୁଣ୍ଡ ବୁଲାଉଛି, ଶରୀର ବ୍ୟସ୍ତ ଲାଗୁଛି, ରାତିରେ ଠିକ ଭାବେ ସୋଇ ପାରୁ ନାହାଁନ୍ତି, ଏପରି କିଛି ସମସ୍ୟା ଯଦି ଆପଣ ଲକ୍ଷ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ । ବେଳେ ବେଳେ ଆମେ ରୋଗର ଲକ୍ଷଣ ଚିହ୍ନଟ କରିବାରେ ଅସଫଳ ହେଉ ଯାହା ଫଳରେ ରୋଗ ଧୀରେ ଧୀରେ ବୃଦ୍ଧି ପାଇଁ ପରେ ତାହା ଆମ ଶରୀର ପାଇଁ ଘାତକ ସାଜେ । କେବେ କେବେ ଲକ୍ଷଣ ଦେଖି ମଣିଷ ମଧ୍ୟ ଅଣ ଦେଖା କରି ଦିଅନ୍ତି ଫଳରେ ତାର ପରିସ୍ଥିତି ଭୟଙ୍କର ହୋଇଥାଏ । ମଣିଷ ବର୍ତ୍ତମାନ ସମୟରେ ନିଜକୁ ଏତେ ବେସ୍ତ ରଖୁଛନ୍ତି ଯେ ସେ ନିଜ ଶରୀର ଉପରେ ଧ୍ୟାନ ଦେଇ ପାରୁ ନାହାନ୍ତି ଯାହା ଫଳରେ ସଠିକ ସମୟରେ ରୋଗ ଚିହ୍ନଟ କରିବା ପରିବର୍ତ୍ତେ ବହୁତ ବିଳମ୍ବରେ ସେମାନେ ରୋଗ ଜାଣନ୍ତି । ହେଲେ ଯଦି ଆପଣଙ୍କର ଏପରି କିଛି ଲକ୍ଷଣ ଅଛି ତେବେ ସମୟ ନଷ୍ଟ ନକରି ତୁରନ୍ତ ନିକଟସ୍ଥ ଡାକ୍ତର ଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।