ଭାରତୀୟ ଆଇନ ଅନୁଯାୟୀ ଯୌନ ସମ୍ପର୍କ ସ୍ଥାପନ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି କି?

୨୦୦୬ ଆଇନ ଅନୁଯାୟୀ, ଭାରତରେ ଝିଅକୁ ୧୮ ବର୍ଷ ଓ ପୁଅକୁ ୨୧ ବର୍ଷ ହେଲା ପରେ ହିଁ ବିବାହ କରାଯାଇପାରିବ। ବର୍ତ୍ତମାନ ସମୟରେ ସବୁ ବୟସର ଯୁବପୀଢ଼ି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ମନ ବଳାଉଛନ୍ତି । ପ୍ରେମର ପ୍ରାରମ୍ଭରେ ଶାରୀରିକ ସମ୍ପର୍କ ସେମାନଙ୍କ ପାଇଁ ପ୍ରାଧାନ୍ୟ ପାଲଟୁଛି । ଯୌନ ସମ୍ପର୍କ ସ୍ଥାପନ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ଅଛି କି…ଆସନ୍ତୁ ଜାଣିବା ଭାରତରେ ଆଇନରେ କଣ ଉଲ୍ଲେଖ ରହିିଛି ।

ବିଭିନ୍ନ ଦେଶରେ ଯୌନ ସମ୍ପର୍କ ରଖିବାକୁ ହାରାହାରି ସମ୍ମତି ବୟସ ପ୍ରାୟ ୧୬ ବର୍ଷ । କିନ୍ତୁ ଭାରତରେ ଯୌନ ସମ୍ପର୍କ ହାରାହାରି ବୟସ ୧୮ ବର୍ଷ ରହିଛି । ପାକିସ୍ତାନ, ଆଫଗାନିସ୍ତାନ, ଆରବ, ଇରାନ ଏବଂ ୟେମେନରେ ବିବାହ ଆଗରୁ ଯୌନ ସମ୍ପର୍କ ବେଆଇନ । ଯଦି କେହି ଏହା କରୁଥିବା ଦେଖିବାକୁ ମିଳେ, ତାଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା ଅଛି ।

ପିଲାମାନଙ୍କୁ ଯୌନ ଅପରାଧରୁ ରକ୍ଷା କରିବା ପାଇଁ ୨୦୧୨ ରେ ଭାରତରେ POCSO ଆକ୍ଟ ଅଣାଯାଇଥିଲା । ଏହା ଅଧୀନରେ, ଯଦି ସମ୍ମତି ସହିତ ୧୮ ବର୍ଷରୁ କମ୍ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ସ୍ଥାପିତ ହୁଏ, ତେବେ ଏହା ଅପରାଧ ଶ୍ରେଣୀରେ ଯାଉଛି ।