ଶାଳୀ ଓ ଭିଣୋଇଙ୍କ ରଙ୍ଗୀଲା ପ୍ରେମ! ଉଭୟ ବିବାହ କରିଥିଲେ ସୁଦ୍ଧା ପ୍ରେମରେ ପଡ଼ି ଫେରାର ବେଳେ ବିଷ ପିଇ ଦେଲେ, ଜାଣନ୍ତୁ ପୁରା ଘଟଣା

ଚାଞ୍ଚଲ୍ୟ ସୃଷ୍ଟି କରିଛି ଶାଳି ଭିଣେଇଙ୍କ ପ୍ରେମ କାହାଣୀ ! ପ୍ରେମକୁ ପରିବାର ଲୋକେ ବିରୋଧ କରିବାରୁ ଦୁହେଁ ମିଶି ବିଷ ପିଇ ଦେଇଛନ୍ତି । ଭିଣୋଇଙ୍କ ଜୀବନ ଚାଲି ଯାଇଥିବା ବେଳେ ଶାଳି ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ପଲସାପାଣି ଅଞ୍ଚଳରେ । ସୂଚନା ଅନୁସାରେ , ପଲସାପାଣି ଅଞ୍ଚଳର ତୁଳସୀରାମ ନାୟକ ଧର୍ମଗଡ ଥାନା ଅଞ୍ଚଳରେ ବିବାହ କରିଥିଲେ ।

ତୁଳସୀରାମ ନାୟକଙ୍କର ୩ ବର୍ଷର ଏକ ପୁଅ ମଧ୍ୟ ରହିଛି । କିନ୍ତୁ ଏହାରି ମଧ୍ୟରେ ସେ ପଡ଼ି ଯାଇଥିଲେ ତାଙ୍କର ଜଣେ ସମ୍ପର୍କୀୟ ଶାଳିଙ୍କ ପ୍ରେମରେ । ଶାଳି ଜଣଙ୍କ ମଧ୍ୟ ବିବାହିତା । ତେବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ବଢି ଯାଇଥିଲା ଯେ ନିଜ ପରିବାର କଥା ଭୁଲି ଗତ ମଙ୍ଗଳବାର ଦୁହେଁ ଫେରାର ହୋଇ ଯାଇଥିଲେ ।

ପରେ ପରିବାର ଲୋକେ ଦୁହିଁଙ୍କ ସନ୍ଧାନ ପାଇବାରୁ ଗତ ଗୁରୁବାର ସେମାନଙ୍କୁ ଡାକିଥିଲେ । ପରିବାର ଓ ଗାଆଁ ଲୋକେ ମିଶି ଏକ ସଭା ବସାଇଥିଲେ । ଦୁହେଁ ଏହି ସଭାରେ ପହଞ୍ଚିଥିଲେ ମଧ୍ୟ । କିନ୍ତୁ ସଭାରେ ସେମାନଙ୍କ ସମ୍ପର୍କକୁ ବିରୋଧ କରିବାରୁ ସଭା ମଝିରୁ ଉଠି ପଳାଇ ବିଷ ପିଇ ଦେଇଥିଲେ ଦୁହେଁ ।

ଯାହା ପରେ ପରିବାର ଲୋକେ ସେମାନଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଦୁହିଁଙ୍କ ଅବସ୍ଥା ଶୋଚନୀୟ ହେବାରୁ ପରିବାର ଲୋକେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନିପାଟଣାକୁ ସ୍ଥାନାନ୍ତରିତ କରିଥିଲେ । ଭବାନିପାଟଣା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ତୁଳସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଳିଙ୍କ ଅବସ୍ଥା ଗୁରୁତର ରହିଛି ।