ସୁନ୍ଦରୀ ପ୍ରେମିକା ସହ ଏମିତି କରିଦେଲା ପ୍ରେମିକ, ଏବେ ଖୋଜୁଛି ପୋଲିସ, ଜାଣନ୍ତୁ ପୁରା ଘଟଣା

ପ୍ରେମକୁ ନେଇ ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ପ୍ରାୟ ସବୁ ଦିନ ଜାଣିବାକୁ ପାଇଥାଉ। ତେବେ ବର୍ତ୍ତମାନ ପ୍ରେମକୁ ନେଇ ଏକ ଘଟଣା ସମ୍ନାକୁ ଆସିଛି। ଯାହାକି ସୁନ୍ଦରୀ ପ୍ରେମିକାର ତଣ୍ଟି କାଟି ଘରେ ଫିଙ୍ଗି ବାହାର ପଟୁ ତାଲା ପକାଇ ଫେରାର ଥିଲା ଅଭିଯୁକ୍ତ ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। 

କେନ୍ଦୁଝର ଜିଲ୍ଲାରେ ତଣ୍ଟି ଚିପି ଯୁବତୀଙ୍କୁ ହ-ତ୍ୟା ଘଟଣାରେ ଆସିଛି ନୂଆ ମୋଡ଼। ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଅଜୟ ସାହୁଙ୍କୁ ପୋଲିସ ଖୋଜି ବୁଲୁଥିବା ବେଳେ ହଠାତ ଅଜୟଙ୍କ ମୃତଦେହ ଝାରସୁଗୁଡ଼ା ନିକାଟ ରେଳ ଧାରଣାରୁ ଉଦ୍ଧାର ହେଇଛି। ସୂଚନା ଅନୁସାରେ ଗତ ୪ ତାରିଖରେ ଟାଉନ୍ ଥାନା ପବିତ୍ର ବିହାର ବରାଳ ଲଜ୍ ନିକଟ ଏକ ବନ୍ଦ ଘରୁ ତଣ୍ଟି କଟା ଅବସ୍ଥାରେ ମନୋରମା ବେହେରାଙ୍କ ମୃତଦେହ ଉଦ୍ଧାର ହେଇଥିଲା। 

ଏମିତି ଅମାନବୀୟ ଢଙ୍ଗରେ ବନ୍ଦ ଘରୁ ମୃତଦେହ ମିଳିବା ପରେ ସାଇଣ୍ଟିଫିକ ଟିମ୍ ସିସିଟିଭି ଓ ଯୁବତୀଙ୍କ ଫୋନ କଲ ରେକର୍ଡ ଆଦି ଯାଞ୍ଚ କରିଛି। ଯୁବତୀଙ୍କର ବହୁ ବର୍ଷର ପୁରୁଣା ବନ୍ଧୁ ଅଜୟ ସାହୁଙ୍କ ଉପରେ ପୋଲିସର ସନ୍ଦେହ ହେଇଥିଲା। ହେଲେ ଅଜୟ ସେତେବେଳେ ଘଟଣାସ୍ଥଳରୁ ଫେରାର ହେଇଯାଇଥିଲା। ଗତ ଦୁଇଦିନ ଧରି ଅଜୟଙ୍କୁ ଖୋଜୁଥିଲା ପୋଲିସ। 

ହେଲେ ଗତ ୪ ତାରିଖ ଦିନ ଅଜୟଙ୍କ ମୃତଦେହ ଝାରସୁଗୁଡ଼ା ନିକଟ ରେଳ ଧାରଣାରୁ ରେଳବାୟୀ ପୋଲିସର ହସ୍ତଗତ ହେଇଥିଲା। ଏ ସଂପର୍କରେ ଆଜି ସୂଚନା ଦେଇଛନ୍ତି କେନ୍ଦୁଝର ଏସପି। ଅଭିଯୁକ୍ତ ଅଜୟ ସାହୁଙ୍କ ଘର ଭଦ୍ରକ ଥାନା ଗନ୍ତ୍ ଅଞ୍ଚଳରେ ହେଇଥିବା ବେଳେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିକା ସେ ସଂପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି।