ଭିଡିଓ କଲ କରି ସବୁ ଦେଖିଲା ତାପରେ ଭାଇରାଲ କରିଦେଲା, ଗିରଫ ହେଲା ଇନଷ୍ଟା କୁଇନଙ୍କ ବୟଫ୍ରେଣ୍ଡ୍, ଜାଣନ୍ତୁ ପୁରା ଘଟଣା

ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଗିରଫ ହେଲା ପ୍ରେମିକ। ପ୍ରେମିକ ବିକି ବାରିକକୁ ଉଠାଇ ନେଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । ପ୍ରେମିକା ସହ ଭିଡିଓ କଲ୍ କରି କଥା ହେଉଥିବା ସମୟରେ ଦୁର୍ବଳ ମୂହୁର୍ତ୍ତର ଭିଡିଓକୁ ସ୍କ୍ରିନ ରେକର୍ଡ କରିଥିଲା ବିକି । ପରବର୍ତ୍ତୀ ସମୟରେ ସେହି ଅଶ୍ଳୀଳ ଭିଡିଓ ଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଯୁବତୀଙ୍କୁ ବ୍ଲାକମେଲ୍ କରିଥିଲା ବିକି।

ସୂଚନାଯୋଗ୍ୟ ଆଲବମ୍ ରେ ନାୟକ ନାୟିକା ଭୂମିକାରେ ଅଭିନୟ କରୁକରୁ ପ୍ରେମ ହୋଇଥିଲା। ପ୍ରେମ ଧୀରେଧୀରେ ନିବିଡ଼ ହେବାରେ ଲାଗିଲା। ଏମିତିକି କଥା ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ପହଞ୍ଚିଗଲା। ମାତ୍ର ଏହାପରେ ସେମାନଙ୍କ ପ୍ରେମରେ ପଡ଼ିଥିଲା ଭଟ୍ଟା। ରିଲ୍ ନାୟିକା ପ୍ରେମିକର ଜୀବନ ନାୟିକା ହେବାକୁ ଚାହୁଁଥିବା ବେଳେ ଧୋକା ଦେଇଥିଲା ପ୍ରେମିକ। ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟକରି ପ୍ରେମିକାର ଅଶ୍ଳୀଳ ଭିଡିଓକୁ ଭାଇରାଲ୍ କରିଦେଲା। 

ବିକି ଓ ଅଭିଯୋଗକାରିଣୀ ଯୁବତୀ ଆଲବମ୍ କାମ କରନ୍ତି। ସେମାନେ ପ୍ରାୟ ୨୦ରୁ ଅଧିକ ଆଲବମ୍ ରେ ନାୟକ ନାୟିକା ଭୂମିକାରେ ଏକାଠି ଆସିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ ସେମାନେ ପରସ୍ପରକୁ ଭଲ ପାଇବସିଥିଲେ। ମାତ୍ର ବିକି ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ତେଣୁ ଅତିଷ୍ଠ ହୋଇ ସେ ବିକି ନିକଟରୁ ଦୂରେଇ ଯିବା ଆରମ୍ଭ କରିଥିଲେ। ବିବାହ ନ କରି ଶାରୀରିକ ସମ୍ପର୍କ ରଖିବାକୁ ରୋକ ଠୋକ ମନା କରି ଯୁବତୀ ଦୂରେଇ ରହୁଥିଲେ। 

ମାତ୍ର ବିକି ତାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବ ବୋଲି ବ୍ଲାକ୍ମେଲ୍ କରୁଥିଲା। ଭୟରେ ଯୁବତୀ ବିକି ସହ ପୁଣି ମିଳାମିଶା କରିଥିଲେ ଏବଂ ବାହା ହେବାକୁ ଅଡ଼ି ବସିଥିଲେ। କିନ୍ତୁ କ୍ୟାରିୟର୍ ପାଇଁ ବିକି ବାହା ହେବାକୁ ମନା କରିଦେଇଥିଲା। ତେଣୁ ଯୁବତୀ ଆଉ ବିକି ସହ ମିଳାମିଶା କରିନଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବିକି ଯୁବତୀଙ୍କ ଏକ ଅଶ୍ଳୀଳ ଭିଡିଓ(ଭିଡିଓ ଚାଟିଂ ବେଳର) ଭାଇରାଲ୍ କରିଦେଇଥିଲା।