୧୬ ଡିସେମ୍ବର ସୋମବାର ରାଶିଫଳ: ସୋମବାର ଦିନ, ବୃଷ ରାଶିର ଲୋକମାନଙ୍କ ଧନଧାନ୍ୟରେ ବୃଦ୍ଧି ହେବ।

ମେଷ ରାଶି :

ଆଜି ତୃତୀୟ ଚନ୍ଦ୍ର ଯୋଗୁ ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ସମ୍ପର୍କୀୟଙ୍କ ଅଭିଯୋଗ ସକାଶେ ନିଜ ଲୋକଙ୍କୁ ଦାୟୀ କରିବେ। ମାତ୍ରାଧିକ ଭ୍ରମଣ, ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ। ଫେରନ୍ତା ବାଟରେ ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇପାରନ୍ତି।

ବୃଷ ରାଶି :

ବକ୍ତବ୍ୟ ଏବଂ ଆଚରଣରେ ଫଳପ୍ରଦତା ବଜାୟ ରଖିବ। କାରବାର ସହ ଜଡିତ ବିଷୟଗୁଡ଼ିକ ସପକ୍ଷରେ ରହିବ। ପାରମ୍ପାରିକ ବ୍ୟବସାୟ ସହିତ ଗତି କରିବ। ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବ। ପରିବାରରେ ସମ୍ପର୍କକୁ ସୁଦୃ ହେବ। ତୁମର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ରହିବ। ଆର୍ଥିକ ବିଷୟଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ। ସୁଖ ବୃଦ୍ଧି ପାଇବ। ଯୋଗ୍ୟ ବ୍ୟକ୍ତିମାନେ ଆକର୍ଷଣୀୟ ଅଫର ପାଇବେ। ଆଜି ନୂଆ ପୋଷାକ ଏବଂ ଅଳଙ୍କାର ପାଇବ।

ମିଥୁନ ରାଶି :

ଧନାଧିପ ଚନ୍ଦ୍ର ରାଶିସ୍ଥ ହେତୁ ଧନଲାଭ,ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି , ବନ୍ଧୁ ସମ୍ପର୍କ ଦିଗରୁ ଅନୁକୂଳ ଫଳ ପାଇବେ। ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଶିଳ୍ପ, ବାଣିଜ୍ୟରେ ଚାପର ସମ୍ମୁଖୀନ ହୋଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତାଜନିତ ସମସ୍ୟାର ବିଲୟ ଘଟିବା ସୂଚନା ରହିଛି।

କର୍କଟ ରାଶି :

କର୍ମାଧିପ ରାଶିସ୍ଥ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ଭ୍ରମଣ ସୁଯୋଗ ଓ ସତ୍‌ସଙ୍ଗର ସୁଯୋଗ ଲାଭ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନରୁ ଖୁସି ରହିବେ। ଅଶ୍ଳେଷା ନକ୍ଷତ୍ରର ପାରିବାରିକ ଅସ୍ଥିରତା ସାଙ୍ଗକୁ , ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଘଟିପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ।

ସିଂହ ରାଶି :

ଆର୍ଥିକ ପରିଚାଳନାରେ ପ୍ରଭାବଶାଳୀ ହେବ। ଅନୁକୂଳ ବ୍ୟବସାୟ ସ୍ଥିତିର ଲାଭ ଉଠାଇବ। ବଡ ଲକ୍ଷ୍ୟ କରିବ। ତୁମେ ଭଲ ଅଫର ପାଇବ। ବୟସ୍କ ବ୍ୟକ୍ତିମାନେ ସାହାଯ୍ୟ କରିବେ। ଭ୍ରମଣର ଏକ ସମ୍ଭାବନା ଅଛି।ସର୍ବୋତ୍ତମ ପ୍ରୟାସକୁ ପ୍ରେରଣା ଦେବ। ଭଲ ପ୍ରଦର୍ଶନ କରିବ। କ୍ୟାରିୟର ଏବଂ ବ୍ୟବସାୟ ସୁଧାର ଆସିବ। ବିଭିନ୍ନ କ୍ଷେତ୍ରରେ ସକରାତ୍ମକ ପ୍ରୟାସ କରାଯିବ ଏବଂ ଲାଭ ଅଧିକ ରହିବ।

କନ୍ୟା ରାଶି :

ଶୁକ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ବିନିମୟ ହେତୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ଶିଳ୍ପ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବାଦୀୟ ସ୍ଥିତି ଉପତ୍ନ ହୋଇପାରେ। ଖାଦ୍ୟପେୟର ଅନିୟମିତତା କାରଣରୁ ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।

ତୁଳା ରାଶି :

ଶନି କ୍ଷେତ୍ରସ୍ଥ ରାଶ୍ୟାଧିପତି ଯୋଗୁ ନିଜର ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ, କିନ୍ତୁ ସମ୍ପୂର୍ଣ୍ଣ ସଫଳତା ପାଇବେ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଭ୍ରମଣ ଓ ବନ୍ଧୁ ମିଳନରୁ ଖୁସି ହେବେ। ଛାଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

ବିଛା ରାଶି :

ସତର୍କତାର ସହିତ ଆଗକୁ ବଢ଼ାନ୍ତୁ। ଜ୍ଞାନ ଏବଂ ବୁଝାମଣା ସହିତ କାର୍ଯ୍ୟର ଗତି ବଜାୟ ରଖନ୍ତୁ। ଏହା ମିଶ୍ରିତ ଫଳାଫଳର ଦିନ। ବିପଦପୂର୍ଣ୍ଣ ପ୍ରୟାସରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସମର୍ଥନ ରହିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରତା ରଖନ୍ତୁ। ଅସାବଧାନତା ଠାରୁ ଦୂରେଇ ରୁହନ୍ତୁ। ବିତର୍କ ଏବଂ ଯୁକ୍ତିରେ ପ୍ରବେଶ କର ନାହିଁ। ପ୍ରସ୍ତୁତି ସହିତ ଅଗ୍ରଗତି କର। ଜିଦ୍ଖୋର ହୁଅ ନାହିଁ। ସହନଶୀଳତା ବଜାୟ ରଖିବ।

ଧନୁ ରାଶି :

ଆଜି ବକ୍ରୀ ବୃହସ୍ପତିଙ୍କ ପ୍ରଭାବରେ ଆପଣ ବିଚାର ବିନା ସରଳ ବିଶ୍ୱାସ କଲେ ହଇରାଣରେ ପଡ଼ିବେ। ଶାରୀରିକ ସୁସ୍ଥତା ଫେରିପାଇବେ। ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହିଥିବାରୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ

ମକର ରାଶି :

ରାଶିରେ ଶୁକ୍ର ରହିଥିବାରୁ ମନକୁ ଉଚ୍ଚାଟ କରାଇବେ କିନ୍ତୁ ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତା ବୃଦ୍ଧି ପାଇପାରେ। ଆଜିର ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ପରିବହନରେ ସମସ୍ୟା ସୃଷ୍ଟି ହେବ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଭୁଲ ବୁଝାମଣାରୁ ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ।

କୁମ୍ଭ ରାଶି :

ଅନୁଶାସନ ସହିତ ଆଗକୁ ବଢ଼ିବ। ବିପଦରୁ ଦୂରତା ରଖିବ। ଇଚ୍ଛାକୃତ ପ୍ରୟାସ ଫଳ ଦେବ। ଲକ୍ଷ୍ୟ ଉପରେ ଧ୍ୟାନ ରଖିବ। ଆର୍ଥିକ ପ୍ରସଙ୍ଗରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସତର୍କତା ଏବଂ ସଚେତନତା ବୃଦ୍ଧି କରିବ। ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯିବ। ରୀତିନୀତି ଏବଂ ପରମ୍ପରାରେ ଗତି ହେବ। ପ୍ରତିଯୋଗିତାରେ ପ୍ରଭାବଶାଳୀ ରହିବ। ଯୁବକମାନେ ଭଲ ପ୍ରଦର୍ଶନ କରିବେ। କଳା କୌଶଳ ବୃଦ୍ଧି କରିବାରେ ସକ୍ଷମ ହେବେ। ଆପଣ ବୁଦ୍ଧି ମାଧ୍ୟମରେ ସଫଳତା ହାସଲ କରିବେ। ଅଧ୍ୟୟନ ଏବଂ ଶିକ୍ଷାଦାନ ପ୍ରତି ଆଗ୍ରହ ରହିବ। ଶିଖାଯାଇଥିବା ପରାମର୍ଶକୁ ରଖିବ। ଶିକ୍ଷାଗତ କାର୍ଯ୍ୟକଳାପ ବୃଦ୍ଧି ପାଇବ।

ମୀନ ରାଶି :

ଆଜି ଭାଗ୍ୟସ୍ଥ ବୁଧ ହେତୁ ବନ୍ଧୁମାନଙ୍କ ମଧୁର ବ୍ୟବହାର ସାଙ୍ଗକୁ ଅର୍ଥଲାଭ ମନକୁ ପ୍ରଫୁଲ୍ଲିତ କରି ରଖିବ। ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।