ଆପଣ ବି ଚଣା ଖାଇବାକୁ ପସନ୍ଦ କରନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ସାଙ୍ଗ ହୋଇ ଚଣା ଖାଉଥିଲେ ଜେଜେ ନାତି। ହଠାତ ଚଣା ଖାଉ ଖାଉ ଗଡ଼ିଗଲେ ଜେଜେ। ଜେଜେ କୁ ଦେଖି ନାତି ମଧ୍ୟ ଗଡ଼ିଗଲା। ଚଣା ଖାଇବା ହୋଇଗଲା କଲା।
ଭଜା ବୁଟ ଖାଇ ପରିବାରରେ ଖେଳିଗଲା ଶୋକର ଛାୟା। ୟୁପି ର ବୁଲେନ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା।। ଭଜା ଚଣା ଖାଇ ପରିବାରର ଚାରି ଜଣକ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଛି।
ଏକା ସଙ୍ଗରେ ଜେଜେ ଓ ନାତିର ମୃତ୍ୟୁ ର ଘଟଣା ସାମ୍ନାକୁ ଆସିଛି। ଘଟଣା ମୁତାବକ ଦୌଲତ ପୁରର ଏକ ଦୋକାନରୁ ଜେଜେ ଭଜା ବୁଟ କିଣି ଘରକୁ ଖାଇବାକୁ ଆଣିଥିଲେ। ଯାହାକୁ ଖାଇବା ପରେ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଥିଲା। ପେଟ କଟା ସହିତ ବାନ୍ତି ହୋଇଥିଲା। ପରିବାର ର ସ୍ବାସ୍ଥ୍ୟ ଅବସ୍ଥା ଦେଖି ପୋଡ଼ସି ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଜେଜେ ଓ ନତୀଙ୍କ ଅବସ୍ଥା ଗୁରୁତ୍ତର ହୋଇଥିଲା। ଏବଂ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥାନୀୟ ବାସୀଙ୍କ ମନରେ ଭୟ ସୃଷ୍ଟି କରିଛି।
ବୁଲେନ ସହରର ଖାଦ୍ୟ ସୁରକ୍ଷା ବିପିନ କୁମାର ଏହି ଘଟଣାର ତଦନ୍ତ କରାଯାଉଥିବା ର କହିଛନ୍ତି। ଘଟଣା ସ୍ଥଳରେ ପୋଲିସ ଆଉ ଖାଦ୍ୟ ବିଭାଗ ଟିମ ପହଁଚି ଏହାର ତଦନ୍ତ ଆରମ୍ଭ କରିଛି। କେଉଁ ଦୋକାନରୁ ଖାଦ୍ୟ କିଣା ଯାଇଥିଲା ଏବଂ ମୃତ୍ୟୁର କାରଣ ଏବେ ଯାଞ୍ଚ କରାଯାଉଛି।