ମେଷ ରାଶି :
ଆଜି ଦିନଟି ଉତ୍ଥାନ ପତନ ରେ ପରିପୂର୍ଣ୍ଣ ହେବ, ଆପଣ ନିଜ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟରେ ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ। ବିରୋଧୀ ଗୋଷ୍ଠୀ ସକ୍ରିୟ ରହିବେ ଏବଂ ପରିବାରରେ ପାରସ୍ପରିକ ପାର୍ଥକ୍ୟ ବଢ଼ିପାରେ। ଆପଣଙ୍କ ସାଥୀଙ୍କ ସହିତ ଯୁକ୍ତି ହୋଇପାରେ।
ବୃଷ ରାଶି :
ଶନି କ୍ଷେତ୍ରରେ ଶୁକ୍ର ହେତୁ ଅଟକିଥିବା କାମଗୁଡ଼ିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ବନ୍ଧୁଙ୍କଠାରୁ ହଠାତ୍ ନିମନ୍ତ୍ରଣ ପାଇ ସଭାସମିତିକୁ ଯାଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।
ମିଥୁନ ରାଶି :
ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ସେଥି ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ବେଠି ଖଟି ପାରନ୍ତି। ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିଶ୍ରମ ମୁତାବକ ଫଳ ନ ପାଇବା କାରଣରୁ ମଙ୍ଗଳଙ୍କ ପ୍ରଭାବରେ ରୁକ୍ଷବାକ୍ୟାଳାପ କରିବେ।
କର୍କଟ ରାଶି :
ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ହେବାକୁ ଯାଉଛି। ଆପଣ କିଛି ବିଶେଷ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରିବେ। କୋର୍ଟରେ ବିଜୟ ହେବ, ବ୍ୟବସାୟରେ ନୂତନ ଆୟର ଉତ୍ସ ସୃଷ୍ଟି ହେବ। ପରିବାରରେ ସମ୍ମାନ ବୃଦ୍ଧି ପାଇବ, ଆପଣ ପରିବାରର ସ୍ୱାର୍ଥରେ ଆଜି କୌଣସି ବଡ ନିଷ୍ପତ୍ତି ନେଇପାରିବେ।
ସିଂହ ରାଶି :
ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡ଼ିବ। ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପାରେ। ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଅର୍ଥାଭାବ ପ୍ରତ୍ୟେକ କାମକୁ ବିଳମ୍ବିତ କରିବ।
କନ୍ୟା ରାଶି :
ଆଜି ଫେରିବା ବେଳକୁ ଯିବା ସମୟର ଆନନ୍ଦ ମନରେ ଆଉ ନ ଥିବ। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବିଶେଷତଃ ଖାଦ୍ୟପେୟରେ ସତର୍କ ରହିବା ଭଲ ହେବ। ବ୍ୟବସାୟ କ୍ଷେତ୍ରରେ ଅଥବା କିଣାବିକାର ଚୁକ୍ତି କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। କଚେରି ମାମଲାର ସମାଧାନର ଆଶା ମନକୁ ସାମୟିକ ଲାଘବ କରିବ।
ତୁଳା ରାଶି :
ଆଜି ଆପଣ କିଛି ବିଶେଷ କାର୍ଯ୍ୟ ପାଇଁ ବାହାରକୁ ଯାଇପାରିବେ। ଯାନ ଇତ୍ୟାଦି ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ, ଏକ ଦୁର୍ଘଟଣା ହୋଇପାରେ। ଆଜି ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ। ଆପଣଙ୍କ ସାଥୀ ଆପଣଙ୍କୁ ଛାଡି ପାରନ୍ତି। ଆପଣ ପରିବାରର ପ୍ରିୟଜନଙ୍କଠାରୁ ସମର୍ଥନ ପାଇବେ।
ବିଛା ରାଶି :
ଭଲ ସମ୍ପର୍କ ଥିବା ବନ୍ଧୁମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ, ଫଳରେ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। କିଛି କାମ ହାସଲ କରିବା ସକାଶେ ବହୁତଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ଧନୁ ରାଶି :
ପରିବାରରେ ବିରକ୍ତିଜନିତ ଅପ୍ରିୟସତ୍ୟ ଭାଷଣ ମତାନ୍ତରର ଆଶଙ୍କା ରହିଛି। ଭାଙ୍ଗି ପଡ଼ିଥିବା ସମ୍ପକର୍କୁ ଯୋଡ଼ିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଦୀର୍ଘ ଦିନରୁ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ହିତୈଷୀଙ୍କ ପରାମର୍ଶରେ ନୂତନ କାମଟିଏ ଆରମ୍ଭ କରିବା ପାଇଁ ମନ ବଳାଇବେ।
ମକର ରାଶି :
ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଯେଉଁ କାର୍ଯ୍ୟରେ ଆପଣ ଦୀର୍ଘ ସମୟ ଧରି ଚେଷ୍ଟା କରୁଛନ୍ତି ସେହି କାର୍ଯ୍ୟରେ ଆପଣ ସଫଳତା ପାଇବେ। ବ୍ୟବସାୟରେ ଲାଭର ସମ୍ଭାବନା ରହିବ। ଆପଣ ଏକ ନୂତନ ଘର କିମ୍ବା ଯାନ ଇତ୍ୟାଦି କିଣି ପାରିବେ। ଏହି ସମୟ ପରିବାର ସହିତ ଖୁସିରେ ବିତାଇବ, ସମ୍ମାନ ବୃଦ୍ଧି ପାଇବ। ସାଥୀ ସହିତ ମତଭେଦ ହୋଇପାରେ।
କୁମ୍ଭ ରାଶି :
ପ୍ରତ୍ୟେକ କାମକୁ ଆନ୍ତରିକତାବିହୀନ ଓ ନିରୁତ୍ସାହିତ ଭାବେ କରିବେ। ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହେଇପାରେ। କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବାର ସୂଚନା ରହିଛି। ପାରିବାରିକ ଜୀବନରେ ଉଚିତ ବୁଝାମଣାଜନିତ ଶାନ୍ତି ଫେରି ଆସିବ।
ମୀନ ରାଶି :
କାମଟିର ଶେଷ ସମୟ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଲେ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ଉତ୍ତରଭାଦ୍ରପଦ୍ ନକ୍ଷତ୍ର ପରିସ୍ଥିତି ପ୍ରତି ସତର୍କ ରହି କାମ କଲେ ଉପକୃତ ହୋଇପାରିବେ।