ନୂଆବର୍ଷ ରେ ଗ୍ରାହକଙ୍କୁ ଜିଓ ଦେଲା ବଡ଼ ଝଟକା, ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଆଣିଲା ପରିବର୍ତ୍ତନ…

ନୂଆ ବର୍ଷ ରେ ଜିଓ ଉପଭୋକ୍ତାମାନଙ୍କୁ ମିଳିଲା ବଡ଼ ଝଟକା। ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଜିଓ ଆଣିଛି ବଡ଼ ପରିବର୍ତ୍ତନ। ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ଲୋକପ୍ରିୟ ରିଚାର୍ଜ ପ୍ଲାନ ୨ଟି ହେଲା ୧୯ ଟଙ୍କା ଏବଂ ୨୯ ଟଙ୍କାର ଡାଟା ଭାଉଚର। ଏଥିରେ ଗ୍ରାହକଙ୍କୁ ଯଥାକ୍ରମେ ୧ ଜିବି ଏବଂ ୨ ଜିବି ଡାଟା ମିଳୁଥିଲା। ଏହି ଦୁଇଟି ପ୍ଲାନର ବୈଧତା ମୂଳ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ ଏବେ ଜିଓ ପକ୍ଷରୁ ତାହାକୁ ବଦଳାଇ ଦିଆଯାଇଛି।

ଏଣିକି ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆଗଭଳି ମୂଳ ପ୍ଲାନର ବୈଧତା ମିଳିବ ନାହିଁ। ୧୯ ଟଙ୍କା ରିଚାର୍ଜ କଲେ ଗୋଟିଏ ଦିନ ବୈଧତା ଉପଲବ୍ଧ ହେବ। ଯେଉଁଦିନ ରିଚାର୍ଜ କରାଯିବ ସେହିଦିନ ବୈଧତା ଶେଷ ହେବ।

ସେହିପରି ୨୯ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ମିଳୁଥିବାବେଳେ ଏହାର ବୈଧତା ୨ ଦିନ ରଖାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକଙ୍କୁ ଉକ୍ତ ଡାଟା ବ୍ୟବହାର କରିବାକୁ ପଡ଼ିବ।