ଏକ ତରଫା ପ୍ରେମ କରି ବାଇକ୍ ରୁ ଡେଇଁଲେ ଯୁବତୀ ! ଏମିତି ଏଁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜ୍ଞା ହଁ , ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେଶୋରି ଟକିଜ୍ ଛକରେ ।
ସମୟ ପ୍ରାୟ ଅପରାହ୍ନ ୨ଟା । ଯୁବକ ଯୁବତୀ ଦୁହେଁ ବାଇକ୍ ରେ କେଶୋରି ଟକିଜ୍ ରାସ୍ତା ଦେଇ ଯାଉଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇ ଯାଇଥିଲା ।
ଏହି ଯୁକ୍ତି ତର୍କ କରୁଥିବା ସମୟରେ ହଠାତ୍ ବାଇକ୍ ରୁ ଡେଇଁ ପଡ଼ିଥିଲେ ଯୁବତୀ ଜଣଙ୍କ । ସୂଚନା ଅନୁସାରେ , ଯୁବତୀ ଜଣକଙ୍କ ଘର ହେଉଛି ଶାସ୍ତ୍ରୀ ନଗରରେ । ଦୁହେଁ ଯୁବକ ଓ ଯୁବତୀ ପରସ୍ପରର ଭଲ ବନ୍ଧୁ ଅଟନ୍ତି । ହେଲେ ହଠାତ୍ ସେହି ଦିନ ବାଇକ୍ ରେ ଯାଉଥିବା ସମୟରେ ଯୁବତୀ ଜଣଙ୍କ ଯୁବକଙ୍କୁ ପ୍ରପୋଜ କରିଥିଲେ ।
ହେଲେ ଯୁବକ ଜଣଙ୍କ ସିଧା ସିଧା ମନା କରି ଦେଇଥିଲେ । ଯାହା ପରେ ଜୋର୍ ରେ ରାଗି ଯାଇଥିଲେ ଯୁବତୀ ଜଣଙ୍କ । ହଠାତ୍ ଚଳନ୍ତା ଗାଡିରୁ ଡେଇଁ ପଡ଼ିଥିଲେ ଯୁବତୀ ଜଣଙ୍କ । ସ୍ଥାନୀୟ ଲୋକ ମାନେ ଯୁବତୀ ଜଣଙ୍କୁ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଥିଲେ ।