ନୂଆ ବର୍ଷରେ ବୋହୂ ମଟନ ତରକାରୀ ଦେଲାନି ବୋଲି ମୋ ସୁନ୍ଦରୀ ବୋହୂର ଜୀବନ ନେଇଗଲା ଶାଶୂ, ଜାଣନ୍ତୁ ପୁରା ଘଟଣା

ତିନିଲକ୍ଷ ଟଙ୍କା ପାଇଁ ନୂଆ ବୋହୂକୁ ନିର୍ଯାତନା ଦେଇ ମାରିଦେଇଛନ୍ତି ଶାଶୁଘର ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଗାଁରେ। କୋରାପୁଟ ଜିଲ୍ଲା ବନ୍ଧୁ ଗାଁର ଚକ୍ରଧର ସାହୁ ବଡ ଝିଅ ରଚନା ଗତ ମାର୍ଚ୍ଚ ମାସରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ା ଗ୍ରାମର ନାଗେଶ୍ଵର ଚୌଧୁରୀଙ୍କ ପୁଅ ଅନିଲଙ୍କ ସହିତ ବିବାହ ହେଇଥିଲା। 

ବିବାହର କିଛିବର୍ଷ ପରେ ହସଖୁସିରେ ସଂସାର ଚାଲୁଥିବା ବେଳେ ହଠାତ୍ ଶାଶୁଘର ଲୋକଙ୍କ ମନରେ ଆସିଥିଲା ଯୌତୁକ କଥା। ଆଉ ଶେଷରେ ଟିକିଏ ଟିକିଏ କଥାରେ ବୋହୂ ଉପରେ କରୁଥିଲେ ଯୌତୁକ ନିର୍ଯାତନା। ଶାଶୁ ବୋହୁ ଉପରେ ହାତ ଉଠାଇବାକୁ ବି ପଛାଉନଥିଲା। ନୂଆ ନୂଆ ବାହା ହେଇଯାଇଥିବା ବୋହୂ ଉପରେ କରି ଚାଲିଥିଲେ ଅକଥନୀୟ ଅତ୍ୟାଚାର। ଧିରେ ଧିରେ ନିର୍ଯ୍ୟାତନା ବଢ଼ିବାକୁ ଲାଗିଥିଲା। ଶେଷରେ ବୋହୂଟିର ଜୀବନ ଚାଲିଯାଇଥିଲା। 

ଅପରାହ୍ନ ୫ଟା ବେଳେ ରଚନା ନିଜ ରୁମରେ ଜୀବନ ହାରି ଦେଇଥିବା ଶାଶୁଘର ଲୋକେ କହିଥିଲେ। କିନ୍ତୁ ଶାଶୁଘର ଲୋକେ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦେଉଥିବା କଥା ବାପଘର ଲୋକ କହିବା ସହ ବିବାହ ସମୟରେ ଏକଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିବା ବେଳେ ଅଧିକ ତିନିଲକ୍ଷ ଟଙ୍କା ଦାବି କରି ଶାଶୁଘର ଲୋକେ ଝିଅକୁ ମାରପିଟ୍ କରୁଥିଲେ।

ତେବେ ଜମି ବିକ୍ରି କରି ପଇସା ଦେବା ପାଇଁ ରଚନାଙ୍କ ବାପା କିଛିଦିନ ସମୟ ମାଗିଥିବା ବେଳେ ଟଙ୍କା ପାଇଁ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସେମିଳିଗୁଡା ଥାନାରେ ଏତଲା ଦେଇଛନ୍ତି। ସେପଟେ ସେମିଳିଗୁଡା ଥାନା ସହିତ କୋରାପୁଟ ଜିଲ୍ଲା ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।