୪ ଫେବୃଆରୀ ଠାରୁ ବୃହସ୍ପତିଙ୍କ ସଳଖଚଳନ ହେତୁ ଏହି ୫ଟି ରାଶି ହେବେ ଭାଗ୍ୟବାନ…

୪ ଫେବୃଆରୀ ବୃହସ୍ପତି କରିବେ ସିଧାଚଳନ। ସବୁଠାରୁ ଭଲ କଥା ହେଉଛି ବୃହସ୍ପତି ଓ ଶୁକ୍ର ମେ` ୧୪ ତାରିଖ ପର୍ଯ୍ୟନ୍ତ ପରସ୍ପରର ରାଶିରେ ଏକ ଉଚ୍ଚମାନର ରାଶି ଯୋଗ ସୃଷ୍ଟି କରିବେ। ଆସନ୍ତୁ ଜାଣିବା ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଗତିଦ୍ୱାରା କେଉଁ ରାଶିକୁ ଲାଭ ମିଳିବ ।

ବୃଷ ରାଶି :

ଶୁକ୍ର ବୃଷ ରାଶିର ଶାସକ ଅଟନ୍ତି ଏବଂ ବର୍ତ୍ତମାନ ବୃହସ୍ପତି ବୃଷ ରାଶିରେ ଉଚ୍ଚ ଅବସ୍ଥାରେ ପରିକ୍ରମା କରୁଛନ୍ତି । ଏଭଳି ସ୍ଥିତିରେ ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଗତି ଆପଣଙ୍କ ପାଇଁ ଯଥେଷ୍ଟ ଲାଭ ଆଣିବ। ଆପଣଙ୍କ କ୍ୟାରିୟରରେ ଦୀର୍ଘ ଦିନ ଧରି ରହିଥିବା କୌଣସି ପ୍ରତିବନ୍ଧକ ଏହି ସପ୍ତାହରୁ ଦୂର ହେବା ଆରମ୍ଭ ହେବ। ଏହାବ୍ୟତୀତ ଆପଣ ଆପଣଙ୍କ ପାରିବାରିକ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବେ । ବୃହସ୍ପତି ଓ ଶୁକ୍ରଙ୍କ ଆଶୀର୍ବାଦ ରେ ଆପଣଙ୍କର ଅନେକ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ବିଛା ରାଶି :

ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଗତି ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ଆଣିବ। ଦୀର୍ଘଦିନ ଧରି ଆପଣ ନିଜ କ୍ୟାରିୟରରେ ଯେଉଁ ପରିଶ୍ରମ କରି ଆସୁଥିଲେ ତାହା ଏବେ ଫଳ ଦେବା ଆରମ୍ଭ କରିବ। ଶୁକ୍ର ଓ ବୃହସ୍ପତିଙ୍କ ପ୍ରଭାବରେ କ୍ୟାରିୟରରେ ସଫଳତା ପାଇବେ। ଏହାବ୍ୟତୀତ ଆପଣଙ୍କ ସାଥୀଙ୍କ ସାହାଯ୍ୟରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଏହି ସମୟରେ ଆପଣଙ୍କୁ କିଛି ବଡ ସଫଳତା ମଧ୍ୟ ମିଳିବ ।

ମକର ରାଶି :

ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଗତି ଫଳରେ ମକର ରାଶିର ବ୍ୟକ୍ତିଙ୍କୁ ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଆପଣଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବା ସହ ଆୟରେ ହଠାତ୍ ବୃଦ୍ଧି ଘଟିବ। ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସ୍ଥିରତା ଆସିବ। ଯେଉଁମାନେ ନିଜ ସମ୍ପର୍କକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଏହି ସମୟ ସକାରାତ୍ମକ ରହିବ। ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସିବ ।

କୁମ୍ଭ ରାଶି :

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଗତି ପରିବର୍ତ୍ତନକାରୀ ସାବ୍ୟସ୍ତ ହେବ। ଜୀବନରେ ଅନୁକୂଳ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣ ନିଜ ଜୀବନରେ ସଫଳତା ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ରୋଜଗାରରେ ଯଥେଷ୍ଟ ବୃଦ୍ଧି ଘଟିବ । ଆପଣ ଭଲ ସଞ୍ଚୟ କରିବାରେ ସଫଳ ହେବେ । ଲାଭ ଅର୍ଜନ କରିବା ପାଇଁ ଆପଣଙ୍କ ପାଖରେ ଅନେକ ଭଲ ସୁଯୋଗ ରହିବ । ମୋଟାମୋଟି ଭାବେ ଏହି ସମୟରେ ଆପଣ ବହୁତ ଉତ୍ସାହିତ ଅନୁଭବ କରିବେ।

ମୀନ ରାଶି :

ମୀନ ରାଶିର ଶାସକ ହେଉଛନ୍ତି ବୃହସ୍ପତି ଏବଂ ଏହି ସମୟରେ ଶୁକ୍ର ଉଚ୍ଚ ସ୍ଥିତିରେ ରହିଥାଏ । ବୃହସ୍ପତି ଙ୍କ ସିଧା ଚଳନ ହେତୁ ଆପଣଙ୍କ ଆଖପାଖରେ ଥିବା ସବୁ କିଛି ସହଜ ହୋଇଯିବ । ଏହି ରାଶିର ବ୍ୟବସାୟୀ ମାନେ ବ୍ୟବସାୟ ରେ ବହୁତ ଭଲ ଅର୍ଥ ରୋଜଗାର କରିବେ । ଆପଣଙ୍କ ଆୟରେ ହଠାତ୍ ବୃଦ୍ଧି ଘଟିବ। ଏହା ସହିତ ଖର୍ଚ୍ଚ ରେ ମଧ୍ୟ ବୃଦ୍ଧି ଘଟିବ । ତେବେ ରୋଜଗାର ଭଲ ଥିବାରୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଅଧିକ ଅନୁକୂଳ ରହିବ।