ଆମର ଗାଧୁଆ ଘରେ ଯଦି କୌଣସି ପ୍ରକାରର ବାସ୍ତୁଦୋଷ ହୋଇଥାଏ, ତେବେ ତାହାର ନକରାତ୍ମକ ପ୍ରଭାବ ପୁରା ପରିବାରର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯେଉଁ କାରଣରୁ ପରିବାରର ସଦସ୍ୟ ଗୋଟେ ପରେ ଗୋଟେ ଅଚାନକ ବିମାରିରେ ପଡ଼ିବାକୁ ଲାଗିଥାନ୍ତି । ଏହା ସହିତ ଘରର ଆର୍ଥିକ ସ୍ଥିତିବି ପ୍ରଭାବିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଅଛି । ଏଥିପାଇଁ ଗାଧୁଆ ଘରେ ଏକ କାଚର ପାତ୍ରରେ ଲୁଣ ଭରି କରି ରଖି ଦିଅନ୍ତୁ ଏବଂ ତାକୁ ପ୍ରତି ସପ୍ତାହରେ ବଦଳେଇ ନୂଆ ଲୁଣ ରଖନ୍ତୁ । ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକତା ଆସିଥାଏ ଏବଂ ଆମର ଆର୍ଥିକ ସ୍ଥିତିବି ମଜବୁତ ହୋଇଥାଏ ।
ଘରର ମୁଖ୍ୟ ଦ୍ୱାର ଆମ ଘରର ସବୁଠାରୁ ସମ୍ବେଦନଶୀଳ ସ୍ଥାନ ହୋଇଥାଏ । ଏହା ସେହି ଜାଗା ହୋଇଥାଏ ଯେଉଁ ବାଟ ଦେଇ ନକରାତ୍ମକ ଶକ୍ତି ଆମ ଘରକୁ ସବୁଠୁ ପ୍ରଥମେ ପ୍ରବେଶ କରିଥାଏ । ଏଥିପାଇଁ ମୁଖ୍ୟ ଦ୍ୱାରରେ ଏକ ଲାଲ କପଡ଼ାରେ ଲୁଣକୁ ବାନ୍ଧି କରି ଟାଙ୍ଗି ଦିଅନ୍ତୁ । ଲୁଣର ସକାରାତ୍ମକତାରୁ ଘରକୁ ଆସିଥିବାକୁ ଥିବା ସବୁ ସଙ୍କଟ ଦ୍ୱାର ପାଖରେ ହିଁ ରହିଯିବ ଏବଂ ନକରାତ୍ମକ ଉର୍ଜା ଆପଣଙ୍କର ଘରେ ପ୍ରବେଶ କରିପାରିବ ନାହିଁ । ଏହା ସହିତ କୁଦୃଷ୍ଟିରୁ ଆମ ଘରର ରକ୍ଷା ମଧ୍ୟ ହୋଇଥାଏ ।
ଲୁଣ ରାହୁ ଏବଂ କେତୁର ଦୁପ୍ରଭାବକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ସେଥିରେ ହାତ ମୁହଁ ଧୋଇ କରି ଶୋଇଲେ ସବୁ ଖରାପ ଶକ୍ତି ଯାହା ରାତିରେ ସକ୍ରିୟ ହୋଇଥାନ୍ତି ସେସବୁ ଆପଣଙ୍କ ଠାରୁ ଦୂରରେ ରହିବ ଏବଂ ଆପଣଙ୍କୁ ସ୍ୱପ୍ନଦୋଷରୁ ବି ମୁକ୍ତି ମିଳିଥାଏ ।
ଆହୁରି ପଢନ୍ତୁ :- ଆଖି ପତା ଡେଇଁବା ଶୁଭ ନା ଅଶୁଭ ? ବାମ ଓ ଡାହାଣ ଆଖି ପତା ଡେଇଁବା କଣ ସୂଚନା ଦିଏ ଜାଣନ୍ତୁ…
ଏହିସବୁ ଉପାୟ ଦ୍ୱାରା ଆପଣଙ୍କର ଜୀବନରୁ ସବୁ ନକରାତ୍ମକତାକୁ ଦୂର କରିପାରିବେ ଏବଂ ଘରେ ଖୁସି ଆଣିପାରିବେ । କିନ୍ତୁ ଲୁଣର ଉପଯୋଗକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା ଧ୍ୟାନ ରଖିବା ବହୁତ ଜରୁରୀ ଅଟେ । ଯେପରି କି…
ପ୍ରଥମ :- ରାତ୍ରୀ ସମୟରେ ଆପଣ କୌଣସି ବ୍ୟକ୍ତିକୁ ଭୁଲରେ ବି ଲୁଣ ଦିଅନ୍ତୁ ନାହିଁ ।
ଦ୍ଵିତୀୟ :- ଲୁଣକୁ କେବେବି କାହାର ହାତରେ ସିଧା ଦିଅନ୍ତୁ ନାହିଁ । ବରଂ ଥାଳିରେ ଦେଇ ଦିଅନ୍ତୁ ନହେଲେ ସେହି ବ୍ୟକ୍ତି ସହିତ ଆମର ବାଦବିବାଦ ହୋଇପାରେ ।
ତୃତୀୟ :- ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତୁ ନାହିଁ । ଲୁହା ଶନିଙ୍କର ଧାତୁ ଅଟେ ଏବଂ ଲୁଣ ଉପରେ ଶୁକ୍ର ଗ୍ରହର ପ୍ରଭାବ ରହିଥାଏ ଏବଂ ଦୁଇଜଣଙ୍କର ଯୁକ୍ତି କେବେବି ଶୁଭ ମାନାଯାଏ ନାହିଁ । ଲୁଣକୁ ଲୁହାର ପାତ୍ରରେ ରଖିବା ଦ୍ୱାରା ଘରେ କ୍ଳେଶ ବଢିଥାଏ ଏବଂ ଦୁଃଖ ଦାରିଦ୍ର୍ୟ ଆସିଥାଏ । ଏଥିପାଇଁ ଏମିତି କରନ୍ତୁ ନାହିଁ । ଲୁଣକୁ ସର୍ବଦା କାଚ ପାତ୍ରରେ ହିଁ ରଖନ୍ତୁ ।