ଭଉଣୀର ହତ୍ୟାକାରୀକୁ ଭଗବାନ ଦେଲେ ଦଣ୍ଡ! ରାକ୍ଷୀରେ ହତ୍ୟା କରିଥିଲ ଭଉଣୀକୁ, ଆଜି ଉଡ଼ିଗଲା ନିଜର ପ୍ରାଣବାୟୁ…

ଗତକାଲି ଥିଲା ରାକ୍ଷୀ ପୂର୍ଣ୍ଣିମା। ହେଲେ ଏହି ଦିନ ଭାଇ ଭଉଣୀର ସମ୍ପର୍କରେ ଲାଗିଥିଲା ରକ୍ତର ଦାଗ । ଭଉଣୀ ଛୁରୀରେ ବେକ କାଟି ହତ୍ୟା କରିଥିଲା ଭାଇ । ତେବେ ବିଧିର ବିଧାନ ଥିଲା ବିଚିତ୍ର । ହତ୍ୟା କରିବା ପରେ ଫେରାର ହେବା ଚକ୍କରରେ ବସ୍ ସହ ପିଟି ହୋଇଥିଲା ଅଭିଯୁକ୍ତ ।

ଘଟଣାଟି କିଛି ଏପରି ଥିଲା, ଗତକାଲି ବଡ଼ ବଜାର ଥାନା ଜଗନ୍ନାଥ ବିହାର ୭ମ ଲେନ୍ ସ୍ଥିତ ତାଙ୍କ ବଡ ବାପାଙ୍କ ଘରକୁ ସେ ଯାଇଥିଲେ । ସେଠାରେ ସେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ । ଏହି ସମୟରେ ପରିବାର ଲୋକେ ତଳେ ଥିବା ବେଳେ ଉପରେ ପିଲା ମାନେ ଖେଳୁଥିଲେ । ତେବେ ହଠାତ୍ କୌଣସି କାରଣକୁ ନେଇ ଏମ.ଫାର୍ମା ପଢୁଥିବା ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀ ଏକ ଛୁରା ସାହାଯ୍ୟରେ ପ୍ରାଜକ୍ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ । ମୃତକଙ୍କ ବୟସ ମାତ୍ର ୧୩ ବର୍ଷ।

ପରେ ଆୟୁଷ୍ମାନ ପାଣିଗ୍ରାହୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଆକ୍ରମଣକାରୀ ଆଶୁତୋଷ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରେ ଏମ.କେ.ସି. ଜି. ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଜକ୍ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିବା ବେଳେ ଆୟୁଷ୍ମାନଙ୍କ ଅବସ୍ଥା ଗୁରୁତର ଥିଲା । ଏଣୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା ।

ହତ୍ୟାକାଣ୍ତ ଘଟାଇବାର କିଛି ସମୟ ପରେ ଆକ୍ରମଣକାରୀ ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀଙ୍କୁ ହିଞ୍ଜିଳିକାଟୁରୁ ଉଦ୍ଧାର କରାଯାଇଥିଲା । ପୋଚିଲିମା ନିକଟରେ ଏକ ବସ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ତାପରେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାର ମୃତ୍ୟୁ ହୋଇଯାଇଛି । ହତ୍ୟା ପରେ ଫେରାର ବେଳେ ଦୁର୍ଘଟଣା ଘଟିଥିଲା । ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।