ରାଜଧାନୀରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ରୁମ୍ର ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତାଙ୍କ ନାମ ଉତ୍କଳିକା ସ୍ୱାଇଁ ବୋଲି ଜଣାଯାଇଛି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସେ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ସେ ଏକ ୩ ଜଣିଆ ହଷ୍ଟେଲ ରୁମ୍ରେ ରହୁଥିଲେ ।
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମରେ ଥିବା ଫ୍ୟାନ୍ ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ। ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ସହପାଠିନୀମାନେ କବାଟ ବାଡ଼େଇଥିଲେ। ମାତ୍ର କବାଟ ନଖୋଲିବାରୁ ଏନେଇ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଉଭୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ, ତାହା ବର୍ତ୍ତମାନ ପର୍ୟ୍ୟନ୍ତ ଜଣା ପଡିନାହିଁ । ଉକ୍ତ ହଷ୍ଟେଲ୍ର ୱାଡନ୍କୁ ପଚରାଉଚରା କରି ସମସ୍ତ ଦିଗରୁ ତଦନ୍ତ ଚଳାଇଛି କ୍ୟାପିଟାଲ ଥାନା ପୋଲିସ । ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପରିବାର ଲୋକେ ଝିଅର ଏପରି ମୃତ୍ୟୂକୁ ସହଜେ ଗ୍ରହଣ କରି ପାରି ନାହାନ୍ତି ।