ନିଆ ଲାଗି ଗୋଟିଏ ସୁଖୀ ସଂସାର ଜଳି ପୋଡି ପାଉଁଶ ହୋଇଯାଇଛି। ସ୍ୱାମୀ ହେଉଛନ୍ତି ଶ୍ରିମନ୍ତ ମେହେର। ଯିଏକି ଜଣେ ପଞ୍ଚାୟତ ର କାର୍ଯ୍ୟରତ ସରପଞ୍ଚ ଅଟନ୍ତି। ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ସ୍କୁଲ୍ ର ଜଣେ ଶିକ୍ଷୟିତ୍ରୀ। ଆଉ ଖୁବ ହସ ଖୁସୀରେ ମଧ୍ୟ ପରିବାର ଚାଲିଥିଲା।ମାତ୍ର କେଇଟା ମୁହୂର୍ତ୍ତରେ ହିଁ ସବୁ ହସ ଖୁସୀ ଯେମିତି ମାଟିରେ ମିଶି ଯାଇଥିଲା।
ଯାହାଙ୍କ ପରିବାରର ଗୋଟେ ନାଁ ଥିଲା। ରୋଷେଇ ଘରେ ରୋଷେଇ କରୁ କରୁ ହଠାତ୍ ଗ୍ୟାସ ରେ ନିଆଁ ଲାଗି ଜଳି ଯାଇଥିଲେ ସ୍ତ୍ରୀ ବିଷ୍ଣୁପ୍ରିୟା। ଆଉ ସ୍ତ୍ରୀ କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଶ୍ରୀମନ୍ତ ମେହେର ଜଳିଯାଇଥିଲେ, ହେଲେ ସ୍ତ୍ରୀକୁ ବଞ୍ଚାଇ ପାରିଲେ ନାହିଁ।
ବୌଦ୍ଧ ଜିଲ୍ଲାର, ପୁରୁଣା କଟକ ଥାନା , ଚାରିଛକ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଥିଛି। ଗତ ଗୁରୁବାର ଦିନ ଶ୍ରୀମନ୍ତ ଏବଂ ବିଷ୍ଣୁପ୍ରିୟା ବୌଦ୍ଧ ମହୋତ୍ସବ ବୁଲିବାକୁ ଯାଇଥିଲେ। ଯେତେବେଳେ ସେ ଘରକୁ ଫେରିଥିଲେ ସ୍ଵାମୀଙ୍କ ପାଇଁ ରୋଷେଇ କରିବାକୁ ରୋଷେଇ ଘରକୁ ଯାଇଥିଲେ।
ରାତ୍ରୀ ଭୋଜନ ପ୍ରସ୍ତୁତ କରିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା। ସେହି ନିଆଁରେ ମଧ୍ୟ ସ୍ତ୍ରୀ ବିଷ୍ଣୁପ୍ରିୟା ଠିଆ ଠିଆ ଜଳି ଯାଇଥିଲେ। ସ୍ୱାମୀ ମଧ୍ୟ ସ୍ତ୍ରୀ ର ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଦୌଡି ଆସିଥିଲେ। ହେଲେ ସ୍ତ୍ରୀ କୁ ସ୍ବାମୀ ବଞ୍ଚାଇ ପାରି ନଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇ ଥିଲା। ହେଲେ ସେଠାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସ୍ବାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।