ସ୍ୱାମୀ କାହିଁକି ବୟସରେ ବଡ଼ ହେବା ଜରୁରୀ, ଜାଣନ୍ତୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କେତେ ବୟସ ବ୍ୟବଧାନ ଦାମ୍ପତ୍ୟ ଜୀବନ ସୁଖୀ କରେ

ଅନେକ ସମୟରେ ବାହାଘରରେ ଝିଅ ଓ ପୁଅର ବୟସକୁ ନେଇ ପ୍ରଶ୍ନ ଉଠିଥାଏ । ତେବେ ବର୍ତ୍ତମାନ ସମୟରେ ଅନେକ ପରମ୍ପରାଗତ ବିଶ୍ୱାସ ତଥା ଚଳଣିର ବିରୋଧ ଦେଖା ଦେଉଛି । ଏବଂ ଲୋକେ ନିଜକୁ ସୁହାଇବା ଭଳି ଓ ନିଜ ଇଛା ଅନୁସାରେ ଜିନିଷକୁ ଆପଣେଇ ନେଉଛନ୍ତି ।

ତେବେ ଯଦି କୁହାଯାଏ ପୂର୍ବ ବିବାହ ଗୁଡିକରେ ଝିଅ ଓ ପୁଅଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ରହୁଥିଲା । ଯେପରିକି ପୁଅକୁ ୩୦ ବର୍ଷ ହୋଇଥିବା ବେଳେ ଝିଅ ମାନଙ୍କୁ ସାଧାରଣତଃ ୨୦ କିମ୍ବା ୨୧ ବର୍ଷ ହୋଇଥାଏ । ଆପଣ ବାଲ୍ୟ ବିବାହ କଥା ବି ଶୁଣିଥିବେ ଯେଉଁ ସମୟରେ ପ୍ରାୟ ଚାଳିଶି ରୁ ପଚାଶ ବର୍ଷର ବ୍ୟକ୍ତିଙ୍କୁ ମଧ୍ୟ ସାତ ଆଠ ବର୍ଷର ଝିଅ ବିବାହ କରୁଥିଲେ ।

ତେବେ ଏବେ କିନ୍ତୁ ସମୟ ବଦଳିଛି । ବର୍ତ୍ତମାନ ସମୟରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ତଥା ସାଧାରଣ ଲୋକ ମାନେ ମଧ୍ୟ ନିଜ ଠାରୁ ବୟସରେ ବଡ଼ ଝିଅ ମାନଙ୍କୁ ବିବାହ କରୁଛନ୍ତି । ତେବେ ଏଠାରେ ଏକ ପ୍ରଶ୍ନ ଉଠେ ପ୍ରକୃତରେ ଝିଅ ଓ ପୁଅ ମାନଙ୍କର ବିବାହ ବୟସ ରେ କେତେ ତାରତମ୍ୟ ରହିବା ଉଚିତ୍ ।

ଆହୁରି ପଢନ୍ତୁ :- ହୋଲି ଖେଳିବା ହେଲା କାଳ, ରଙ୍ଗ ରେ ଖେଳୁ ଖେଳୁ ଏମିତି ଭାବରେ ଚାଲିଗଲା ଜୀବନ

ଝିଅ ସାନ ହେବା ଉଚିତ୍ ନା ବଡ ହେବା ଉଚିତ୍ । ଯଦି ସାନ ହେବା ଉଚିତ୍ ତେବେ କାହିଁକି ସାନ ହେବା ଉଚିତ୍ । ଏ ନେଇ ନିକଟରେ ଏକ ଗବେଷଣା ହୋଇଥିଲା । ସେହି ଗବେଷଣା ଅନୁସାରେ ପତି ଓ ପତ୍ନୀଙ୍କ ମଧ୍ୟରେ ବୟସର ଅନ୍ତର ଚାରି ରୁ ପାଞ୍ଚ ବର୍ଷ ରହିବା ଉଚିତ୍ । ତେବେ ରିସର୍ଚ୍ଚ ରୁ ଏହା ମଧ୍ୟ ଜଣା ପଡିଛି ଯେ ଯେଉଁ ଦମ୍ପତିଙ୍କ ମଧ୍ୟରେ ବୟସର ଅଧିକ ବ୍ୟବଧାନ କିମ୍ବା କମ୍ ବ୍ୟବଧାନ ରହିଛି ସେମାନଙ୍କ ମଧ୍ୟରେ ସମସ୍ୟା କିମ୍ବା ଝଗଡ଼ା ଦେଖା ଦେଉଛି ।