ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲା ରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।
ବିବାହ ସମୟରେ ବର କେବଳ ଗୋଟିଏ ରୁଟି ପାଇଁ ବିବାହ ଭାଙ୍ଗି ସେଠାରୁ ଫେରି ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଲୋକଙ୍କୁ କରିଛି ଆଚମ୍ବିତ।
ସୂଚନାନୁଯାୟୀ, ବରଯାତ୍ରୀ ସହ ବର ଜଣକ ପହଞ୍ଚିବା ପରେ କନ୍ୟା ପକ୍ଷ ଖୁବ୍ ଧୁମଧାମ୍ ସହ ସଭିଁଙ୍କୁ ସ୍ୱାଗତ ମଧ୍ୟ କରିଥିଲେ । ମାତ୍ର ରାତିରେ ଭୋଜନ ବେଳେ ରୁଟି ପରଷିବାରେ ବିଳମ୍ବ ହେବାକୁ ବର ଜଣକ ବିବାହ ଭାଙ୍ଗି ବରଯାତ୍ରୀ ନେଇ ଫେରି ଯାଇଥିଲେ।
ଏହାପରେ କନ୍ୟା ପକ୍ଷ ଅନେକ ଚେଷ୍ଟା କରିବା ପରେ ମଧ୍ୟ ବର ଜଣକ ରାଜି ନହୋଇ ସେଠାରୁ ଫେରିଯାଇଥିଲେ । ଏହାପରେ ବର ଜଣକ ଅନ୍ୟ ଜଣେ କନ୍ୟାକୁ ବିବାହ ମଧ୍ୟ କରିଥିଲେ ବୋଲି ଜଣାପଡିଥିଲା ।
ଏହା ଜଣାପଡିବା ପରେ କନ୍ୟା ପକ୍ଷ ବର ପକ୍ଷଙ୍କ ୫ ସଦସ୍ୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ବିବାହରେ ଯୌତୁକରେ କନ୍ୟା ପକ୍ଷ ବର ପକ୍ଷଙ୍କୁ ଦେଢ ଲକ୍ଷ ଟଙ୍କା ଦେବା ସହ ବିବାହ ଆୟୋଜନରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି।