ଏକ ଭୟଙ୍କର ଘଟଣା ଘଟିଯାଇଛି ଗଞ୍ଜାମ ଜିଲାର ଭଞ୍ଜନଗର ଥାନା ସମ୍ମୁଖରେ। ଅପରାହ୍ନ ସମୟରେ ଜଣେ ବ୍ୟକ୍ତିଙ୍କ ଉପରକୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲା ଜଣେ ଦୃର୍ବୁତ୍ତ। ଯାହା ଫଳରେ କି ବ୍ୟକ୍ତି ଜଣକ ଆହତ ହୋଇ ଆହତ ଅବସ୍ଥାରେ ହିଁ ସଙ୍ଗେ ସଙ୍ଗେ ସେ ଥାନା ଭିତରକୁ ଧାଇଁ ଯାଇଥିଲେ। ଫଳରେ ଦୃର୍ବୁତ୍ତ ଜଣକ ଆଉ ଆକ୍ରମଣ ନକରି ପାରି ଥାନାରେ ଆତ୍ମ ସମର୍ପଣ କରିଥିଲେ।
ଆହତ ବ୍ୟକ୍ତି ଜଣକ ହେଉଛନ୍ତି ନିକଟସ୍ଥ ଦୁଡୁଆ ଗ୍ରାମର ବିପ୍ର ଗୌଡ଼। ତାଙ୍କ ଉପରକୁ ଆକ୍ରମଣ କରିଥିବା ଦୃର୍ବୁତ୍ତ କିଏ ଏବଂ କେଉଁ କାରଣ ରୁ ତାଙ୍କ ଉପରେ ଆକ୍ରମଣ କରିଛି, ତାହା ଜଣା ନାହିଁ। ଥାନାରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ସହିତ ଏହି ଘଟଣାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। କେଉଁ କାରଣରୁ ଏଭଳି ଭାବରେ ଆକ୍ରମଣ କରିଛି ଦୃର୍ବୁତ୍ତ ତାକୁ ନେଇ ଏବେ ଖୋଳତାଡ଼ ଚାଲିଛି। ଏହି ଘଟଣାର ଉପଯୁକ୍ତ ଭାବରେ ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ପ୍ରକୃତ ସତ୍ୟ କଣ ତାହା ଜଣା ପଡ଼ିବ। ଏହି ଘଟଣା ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।