ପ୍ରାଇବେଟ ପାର୍ଟ କୁ ସବୁଦିନେ ସଫା ରଖିବା ଅଟେ ଜରୁରୀ। କିନ୍ତୁ ସାବୁନ ସହିତ ଧୋଇବା କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଏହି ବିଷୟରେ…
ପିଏଚ ଲେବେଲ ହୋଇପାରେ ଖରାପ :
ସାବୁନ ରେ ଥିବା କେମିକାଲ ପ୍ରାଇବେଟ ପାର୍ଟ ର ph ଲେବେଲ କୁ ଖରାପ କରିପାରେ, ଯାହାଦ୍ଵାରା ସଂକ୍ରମଣ ହେବାର ଆଶଙ୍କା ବଢିଯାଏ।
ବେକ୍ଟେରିଆଲ ବେଜିନୋସିସ :
ସାବୁନ ବ୍ୟବହାର କରିବା ଦ୍ଵାରା ଯୋନିରେ ଥିବା ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇପାରେ, ଯାହାଦ୍ଵାରା ବେକ୍ଟେରିଆଲ ବେଜିନୋସିସ ର ଆଶଙ୍କା ବଢ଼ିପାରେ।
ଇଷ୍ଟ ସଂକ୍ରମଣ :
ସାବୁନ ବ୍ୟବହାର କରିବା ଦ୍ଵାରା ଯୋନିରେ ଥିବା ଇଷ୍ଟ ର ସନ୍ତୁଳନ ବିଗିଡି ପାରେ, ଯାହାଦ୍ଵାରା ଇଷ୍ଟ ସଂକ୍ରମଣ ର ଆଶଙ୍କା ବଢିଯାଇଥାଏ।
ଜ୍ଵଳନ ଏବଂ କୁଣ୍ଡିଆ :
ସାବୁନ ର ବ୍ୟବହାର ପ୍ରାଇବେଟ ପାର୍ଟ ରେ ଜ୍ଵଳନ ଏବଂ କୁଣ୍ଡିଆକୁ ବଢ଼ାଇଥାଏ। ସାବୁନ ବ୍ୟବହାର କରିବା ଦ୍ଵାରା ପ୍ରାଇବେଟ ପାର୍ଟ ରେ ଶୁଷ୍କତା ବଢିଯାଏ, ଯାହାଫଳରେ କୁଣ୍ଡିଆ ହୋଇଥାଏ।
ପ୍ରାଇବେଟ ପାର୍ଟ କୁ ସଫା କରିବାର ସଠିକ ଉପାୟ :
- ପ୍ରାଇବେଟ ପାର୍ଟ ରେ ସାବୁନ ବ୍ୟବହାର କରନ୍ତୁ ନାହିଁ।
- ଏହାକୁ ଗରମ ପାଣି ସାହଯ୍ୟ ରେ ଧୁଅନ୍ତୁ।
- ଦିନକୁ 2ଥର ରୁ ଅଧିକ ଧୁଅନ୍ତୁ ନାହିଁ।
- ପ୍ରାଇବେଟ ପାର୍ଟ କୁ ଧୋଇବା ବେଳେ ନିଜ ହାତକୁ ଭଲଭାବରେ ସଫା କରନ୍ତୁ। ଉଷୁମ ପାଣିରେ ନିଜର ଯୋନିକୁ ଧୁଅନ୍ତୁ। କେବଳ ବାହାର ଅଂଶକୁ ଧୁଅନ୍ତୁ।
- ପିରିୟଡ଼ ସମୟରେ ନିଜର ପ୍ରାଇବେଟ ପାର୍ଟ କୁ ଅଧିକ ସଫା ରଖିବା ଉଚିତ। ଏବଂ ପିନ୍ଧୁଥିବା ପେଡ କୁ ଅନ୍ତତଃ ଦିନକୁ 2 ଥର ବଦଳାଇବା ଉଚିତ।